କୋରନା ଛଡେଇନେଲା ମଧ୍ୟମ ଶ୍ରେଣୀର ବ୍ୟବସାୟୀଙ୍କ ବେଉଷା

12

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : କୋରନା ମହାମାରୀର ପ୍ରଭାବରେ ଖାଁ ଖାଁ ଲାଗୁଛି ନୂଆପଡା ସହର ।ନୂଆପଡା ଜିଲ୍ଲାରେ ଦିନକୁ ଦିନ କୋରନାର ଆତଙ୍କ ବଢିବାକୁ ଲାଗିଛି । ଯାହା ଫଳରେ ସହର ବାସୀଙ୍କ ଭିତରେ ଏକ ଭୟର ବାତାବରଣ ଦେଖିବାକୁ ମିଳୁଛି । ଲୋକେ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ମଧ୍ୟମ ଶ୍ରେଣୀର ବ୍ୟବସାୟୀ ମାନଙ୍କ ମୁଣ୍ଡ ଉପରେ ଚଡକ ପଡିଛି । ବ୍ୟବସାୟ ଉପରେ ନିର୍ଭର କରୁଥିବା ମଧ୍ୟମ ଵର୍ଗର ବ୍ୟବସାୟୀ ମାନେ ଏବେ ନିଜ ଜୀବିକାକୁ ନେଇ ଚିନ୍ତିତ।କୋରନା ସଂକ୍ରମଣ ସହର ଭିତରେ ଆରମ୍ଭ ହେବାଠାରୁ ବାରମ୍ବାର ଲୋକଡାଉନ ସଟଡାଉନରେ ବ୍ୟାପାର ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଏବେ କୋରନାର ସଂକ୍ରମଣ ଦିନକୁ ଦିନ ଆହୁରି ବଢିବାକୁ ଲାଗିଛି । ଏଭଳି ପରିସ୍ଥିତିରେ ବ୍ୟବସାୟ ଆହୁରି ମାନ୍ଦା ଅବସ୍ଥାରେ ଚାଲିଛି ।ଯାହା ଫଳରେ ଦୋକାନ ଭଡା , କର୍ମଚାରୀ ବେତନ, ଇଲେକ୍ଟ୍ରି ବିଲ ସହ ବ୍ୟାଙ୍କ ଋଣ ପଇଠ ପାଇଁ ଅର୍ଥ ଉପାର୍ଜନ କଷ୍ଟକର ହୋଇ ପଡିଛି । ଏଭଳି ପରିସ୍ଥିତିରେ ନିଜ ପରିବାରର ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ମଧ୍ୟମ ବର୍ଗର ବ୍ୟବସାୟୀ । ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More