କୋଭିଡ ପଜିଟିଭ ସଂଖ୍ୟା ବଢିବାକୁ ନେଇ ନୂଆପଡାରେ ନିୟମ କଡାକଡ଼ି

30

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ନୀଉଜ) : ନୂଆପଡା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ କୋଭିଡ ପଜିଟିଭ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୋଲିସ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂଗକୁ କଡ଼ାକଡି କରାଯାଇଛି। କୋଭିଡ ନିୟମକୁ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ପ୍ରଶାସନ କଠୋର ହୋଇଛି। ଆଜି ଖଡ଼ିଆଳ ସହରର ବିଭିନ୍ନ ଛକରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ମାକ୍ସ ଚେକିଂଗକୁ କଡାକଡ଼ି କରିବା ସହ ସାମାଜିକ ଦୂରତା ନିୟମକୁ ମାନୁନଥିବା ଅମାନିଆ ମାନଙ୍କ ଉପରେ ଫାଇନ କଟାଯାଇଛି। ଏପରିକି କଣ୍ଟେନମେଣ୍ଟ ଜୋନରେ ଦୋକାନ ବଜାର ଖୋଲିଥିବା ଦୋକାନୀଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଛି। ସେହିଭଳି ଖଡ଼ିଆଳ ସହରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସ୍ଥାନୀୟ ବ୍ୟବସାୟି ସଂଘର ମିଳିତ ବୈଠକ କ୍ରମେ ଆଜିଠାରୁ ଆସନ୍ତା ଅକ୍ଟୋବର୧୦ ତାରିଖ ଯାଏ ସକାଳ ୭ଘଂଟାରୁ ଅପରାହ୍ନ ୧ଟା ୩୦ମି.ପର୍ଯ୍ୟନ୍ତ କେବଳ ଦୋକାନ ବଜାର ଖୋଲା ରହିବ ବୋଲି ନିଷ୍ପତି ହୋଇଥିବା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More