କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ପଂଚାୟତ ଗୁଣାଦୋଳ ଗ୍ରାମ ର ଗୋଟିଏ ବେଢ଼ା ରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର,ଗ୍ରାମଦେବତୀ ମା ବୁଢ଼ୀ କ୍ଷେତ୍ରାଣୀଙ୍କ ମନ୍ଦିର,ବାବା ତ୍ରଲୋକ୍ୟଶ୍ୱର ମହାଦେବ ମନ୍ଦିର ଓ ମା ଲଷ୍ମୀଙ୍କ ମନ୍ଦିର ବିରାଜମାନ।ଆଜି ପବିତ୍ର ସୁନାବେଶ ପୁରୀରେ ପାଳିତ ହେଉଥିବା ବେଳେ ନାହାଳପୁର ପଂଚାୟତ ଗୁଣାଦୋଳ ଗ୍ରାମ ଜଗନ୍ନାଥ ମନ୍ଦିରରେ ସରକାରଙ୍କ କୋଭିଡ ନିୟମକୁ ପାଳନ କରି ସୁନାବେଶ ପାଳିତ ହୋଇଥିଲା।ପ୍ରତିବର୍ଷ ବହୁ ଭକ୍ତଂକୁ ନେଇ ପାଳିତ ହୋଇଥାଏ କିନ୍ତୁ ଗତ ବର୍ଷ ଓ ଚଳିତ ବର୍ଷ ସରକାରଙ୍କ ନିୟମ ଅନୁଯାୟୀ କିଛି ପୂଜକ ଓ ସେବକାରୀଙ୍କୁ ନେଇ ସୁନାବେଶ ପାଳନ କରାଯାଇଥିଲା।ବିପ୍ର ଚରଣ ମହାନ୍ତିଙ୍କ ଉଦ୍ୟମରେ 36 ବର୍ଷ ହେବମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଅସୁଥିଲା।2008 ମସିହାରେ ବିପ୍ର ଚରଣ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରମାନେ ଗ୍ରାମବାସୀଙ୍କ ସହଯୋଗରେ ପରମ୍ପରାକୁ ପାଳିଆସୁଛନ୍ତି।ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଠିକ ରେ ରଥଯାତ୍ରା କିମ୍ବା ସୁନାବେଶ ଦେଖି ପାରିନଥିବାରୁ ଦୁଖଃ ପ୍ରକାଶ କରିଥିଲେ।ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଥିଲେ କି ଦେଶରୁ ତଥା ସାରା ବିଶ୍ବରୁ ମହାମାରୀ କରୋନା କୁ ସମୂଳେ ବିନାଶ କରି ପୁନର୍ବାର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତୁ। କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।