କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ

29

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) :- ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ ର ମିଳିତ ସହଯୋଗରେ ଜଗତସିଂହପୁର ସଦର ମହକୁମାର ଥାନା ଛକ ନିକଟରେ ଏକ କୋଭିଡ କିଓସ୍କ ସେଣ୍ଟର ଉଦଘାଟିତ ହୋଇଯାଇଛି। ଏହି ସେଣ୍ଟର କୁ ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିଡ଼ି ଡିଆରଡିଏ ସରୋଜ କାନ୍ତ ମହାନ୍ତି, ଜଗତସିଂହପୁର ପୌର ପରିଷଦ ର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ,ଡ଼ିଡିଏ ନାବାର୍ଡ, ଓରମାସ ର ସତ୍ୟସୁନ୍ଦର ଶିବରାମ ପାଇଟାଲ, ପ୍ରଭାତ କୁମାର ଦାଶ,ଏଲଡିଏମ, ଡିପିଏମ, ଓଏଲେମ ଏବଂ ସାଇଚ୍ୟୁଟ ଉତ୍ପାଦକ ଗୋଷ୍ଠୀ ର ସମସ୍ତ ସଭ୍ୟାଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମସ୍ତ ପଦାଧିକାରୀ ଯୋଗଦେଇ ଥିଲେ। ତେବେ ଏହି ସେଣ୍ଟର ରେ ମିଶନ ଶକ୍ତି ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସ୍ୱାବଲମ୍ବୀ ହେବା ସହ ରିହାତି ମୂଲ୍ୟରେ କୋଭିଡ ସମ୍ପର୍କୀୟ ସମସ୍ତ ଉତ୍ପାଦକୁ ଲୋକମାନଙ୍କୁ ସୁଚାରୁ ରୁପେ ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଉତ୍ପାଦକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ପଚାରି ବୁଝିଥିଲେ କୋଭିଡ ସମ୍ପର୍କିତ ଉତ୍ପାଦ ଉପରେ। ଏବଂ କହିଥିଲେ ଜନସାଧାରଣ ଙ୍କୁ ଉତ୍ତମ ବ୍ୟବହାର ସହିତ ସାମଗ୍ରୀ କିଣାବିକା ବିଷୟରେ ପଚାରି ବୁଝିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More