କୋଭିଡ କଟକଣା ମଧ୍ୟରେ ଭଦ୍ରକରେ ଐତିହାସିକ ରାମ ନବମୀ ପାଳିତ

39

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : କୋଭିଡ କଟକଣା ମଧ୍ୟରେ ଭଦ୍ରକରେ ପାଳନ ହେଉଛି ଐତିହାସିକ ରାମ ନବମୀ ପୂଜା. ଭଦ୍ରକ ଗାନ୍ଧୀ ପଡିଆରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ନିରାଡ଼ମ୍ବର ଭାବେ ରାମନବମୀ ପୂଜା ପାଳନ କରାଯାଇଛି । ରାମନବମୀ ପୂଜାରେ ୧୦୦ରୁ ଉଦ୍ଦ ମେଢ଼ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣାକୁ ଆଖି ଆଗରେ ରଖି ମେଢ଼ ଶୋଭାଯାତ୍ରା ଉପରେ ଶ୍ରୀରାମ ନବମୀ କମିଟି ପକ୍ଷରୁ ସ୍ଥଗିତ ରଖାଯାଇଛି । ଶ୍ରଦ୍ଧାଳୁ ମାନେ ନିଜ ଘରେ ରହି ପୂଜା କରିବାକୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତିରେ ଶ୍ରୀରାମ ମହା ଯଜ୍ଞ ସମିତି ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚନା। ଆଜି ଯଜ୍ଞର ଶେଷ ଦିନରେ ପୂର୍ଣ୍ଣାହୁତି ହେବ। ପ୍ରଶାସନର ଯାହାବି କଟକଣା ଅଛି, ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରି ଯଜ୍ଞ ପୂଜା ଚାଲିଛି. ସମସ୍ତେ କୋଭିଡ଼ କଟକଣା ମାନି ସାମାଜିକ ଦୂରତା ଅଵଲମ୍ବନ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ରାମନବମୀକୁ ଦୃଷ୍ଟିରେ ରଖି ଛକ ଛକରେ ପୋଲିସ ମୁତୟନ କରାଯାଇଛି । ଏହା ସହ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରିବା ପାଇଁ ସହରରେ 25ପ୍ଲାଟୁନରୁ ଉର୍ଦ୍ଧ୍ୱ ପୋଲିସ ମୁତୟନ କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More