କୋଭିଡ୍‌-୧୯ ମୁକାବିଲା : ଅବସରପ୍ରାପ୍ତ ୨୩୯୪ ପୁଲିସ କର୍ମଚାରୀଙ୍କୁ ଠିକା ନିଯୁକ୍ତି

11

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କୋଭିଡ୍‌-୧୯ ଲଢ଼େଇ ପାଇଁ ଗୃହ ବିଭାଗ ପକ୍ଷରୁ ୨୩୯୪ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପୁନର୍ବାର ଠିକା ନିଯୁକ୍ତି ଦିଆଯିବା ଲାଗି ପୁଲିସ ମହାନିର୍ଦେଶକଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟ ପୁଲିସ ବାହିନୀରେ ଦେଖାଦେଇଥିବା ଲୋକବଳର ଅଭାବକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ଏପ୍ରିଲ ୮ରେ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଗୃହ ବିଭାଗ ପକ୍ଷରୁ ପୁଲିସ ମୁଖ୍ୟାଳୟକୁ ଦିଆଯାଇଥିବା ଚିଠିରେ ୩ ମାସ ପର୍ଯ୍ୟନ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ୩ ମାସ ପରେ ଆବଶ୍ୟକତା ଥିଲେ ଉକ୍ତ ସ୍ବତନ୍ତ୍ର ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ଉପରେ ପୁଲିସ ମୁଖ୍ୟାଳୟ ନିଷ୍ପତ୍ତି ନେଇପାରିବ। ଅର୍ଥ ବିଭାଗରୁ ଏହି ନିଯୁକ୍ତିକୁ ସହମତି ଦିଆଯାଇଥିବା ଜଣାପଡିଛି। ଏହା ପୂର୍ବରୁ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ଗୃହବିଭାଗ ଅନୁମତି ଦେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More