ଜଗତସିଂହପୁର(ସଂଘର୍ଷ ନୀଉଜ): କୋଭିଡ଼ ପରୀକ୍ଷା କରିବାକୁ ଆସୁଥିବା ଲୋକେ ହନ୍ତସନ୍ତ। କୋଭିଡ଼ ପରୀକ୍ଷା କରିବାକୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବାର ଦେଖାଦେଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ଼ ପରୀକ୍ଷା ପାଇଁ ଥିବା ଉଦ୍ଧିଷ୍ଟ ଜାଗାରେ ଗୋଟିଏ ସେଡ଼ ନଥିବାରୁ ଲୋକମାନେ ଦିନ ତମାମ ଅସହ୍ୟ ଖରା ଓ ଗୁଳୁଗୁଳି ରେ ଧାଡ଼ି ବାନ୍ଧି ଠିଆହୋଇ ଅସୁସ୍ଥ ହୋଇ ପଡିଛନ୍ତି। ଏପରିକି ସେହି ସ୍ଥାନରେ ପାନୀୟ ଜଳର କୌଣସି ସୁବିଧା ମଧ୍ୟ ନ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷା କରିବାକୁ ଆସୁଥିବା ଲୋକେ। ଗୋଟିଏ ପଟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଜଗତସିଂହପୁର ଭଳି ଏକ ଶିକ୍ଷିତ ଜିଲ୍ଲାରେ ଏଭଳି ବ୍ୟତିକ୍ରମକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜନସାଧାରଣ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।