ପୁରୀ( ସଂଘର୍ଷ ମିଡିଆ ) : ସାରା ଦେଶରେ ଏବେ ଅନଲକ ପ୍ରକ୍ରିୟା ଚାଲିଚି। ଜୀବନ ଜୀବିକା ସ୍ୱାଭାବିକ ହେବା ପାଇଁ ଅନେକ କଟକଣା କୋହଳ ହୋଇ ସାରିଛି। କିନ୍ତୁ ଏହି ଅନଲକ ପର୍ଯ୍ୟାୟରେ ସାରା ଦେଶରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ମୁଖ୍ୟତ ଲୋକ ମାନେ ସଠିକ ଭାବେ ମାସ୍କ ନ ପିନ୍ଧିବା , ହାତ ସାନିଟାଇଜ ନ କରିବା , ସାମାଜିକ ଦୂରତା ନ ରଖିବା ଯୋଗୁ କରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି ଅନଲକ ପ୍ରକ୍ରିୟାରେ ସମସ୍ତେ କୋଭିଡ ଗାଇଡ଼ ଲାଇନ ମାନି ଚାଲିଲେ କୋଭିଡ ମହାମରିରୁ ଆମେ ନିଜେ ସୁରକ୍ଷିତ ରହିବା ସହ ସମାଜର ସୁରକ୍ଷା ମଧ୍ୟ କରି ପାରିବା ବୋଲି ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ବାର୍ତା ଦିଆଯାଇଛି। ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବଲୁକା କଳା ମାଧ୍ୟମରେ ଲୋକଙ୍କୁ କୋଭିଡ ମହାମାରୀରୁ କିଭଳି ରକ୍ଷା ପାଇ ହେବ ସେ ନେଇ ସଚେତନ କରିଛନ୍ତି। ଦେଶର ପ୍ରତେକ ନାଗରିକ ଏ ନେଇ ସଚେତନ ହେବାକୁ ବାଲୁକା ଚିତ୍ର କଳାରେ ଆହ୍ୱାନ ଦିଆଯାଇଛି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।