ପୁରୀ(ସଂଘର୍ଷ ମିଡିଆ) : – କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଦ୍ବାରରେ ଟିକେଟ୍ କଳାବଜାରିକୁ ନେଇ ଟିକେଟ୍ ଚେକିଙ୍ଗି ପାଖରେ କୋଣାର୍କ ବାସିନ୍ଦା ବିକ୍ଷୋଭ କରିଛନ୍ତି। ପ୍ରତେକ ଦିନ ଅଫ୍ ଲାଇନ୍ ଟିକେଟ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କାର ବିକ୍ରି ହେଉ ଆସୁଥିଲା ବେଳେ ଏବେ ଅନଲାଇନ୍ ଟିକେଟ ଦ୍ବାରା କଳାବଜାରୀ କରୁଥିବା କୁ ନେଇ ସ୍ଥାନୀୟ ଲୋକମାନେ ମନ୍ଦିର ମୁଖ୍ୟ ଦ୍ଵାର ନିକଟରେ ବିକ୍ଷୋଭ କରୁଥିବା ଦେଖିବକୁ ମିଳିଥିଲା। ସ୍ଥାନୀୟ ଲୋକ ମାନେ, ଟିକେଟ କଳାବଜାରୀ କରୁଥିବା asi ସିକୁରିଟି,ପୁରୀ ବସ ଗ୍ରାଇଡୀ ଙ୍କ ଉପରେ ଦୋଷ ଦେଉଥିବା ଦେଖିବକୁ ମିଳିଛି। ଯାହା ଦ୍ଵାରା ସେମାନେ କଳାବଜାରି କରି ସନ୍ଧ୍ୟା ସମୟରେ ମଦ ମାସ°ର ଆସର ଜମାଉଥିଲେ। ବାରମ୍ବାର ଅଭିଯୋଗ ପରେବି ମିଳୁନଥିଲା ଟିକେଟ୍ କଳାବଜାରିର ସୁଫଳ , ଆଜି ଶତାଧିକ କୋଣାର୍କ ବାସିନ୍ଦା ହୋ ହାଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଣାର୍କ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ବୁଝାସୁଝା କରିବା ପରେ ବିକ୍ଷୋଭ ସ୍ଥଗିତ ହୋଇଛି। ପ୍ରାୟ ୨ଘଣ୍ଟା ଦେଶ ବିଦେଶର ପର୍ଯ୍ୟଟକ ନାହିନଥିବାର ଅସୁବିଧା ହେବା ସହ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି।
Get real time updates directly on you device, subscribe now.