କୋଣାର୍କ ଉତ୍ସବ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଯାପିତ

37

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – କୋଣାର୍କ ମୁକ୍ତାକାଶରଙ୍ଗମଞ୍ଚରେ ଚାଲିଥିବା ଚାଲିଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ଉତ୍ସବ କୋଣାର୍କ ଉତ୍ସବ ମଙ୍ଗଳବାରସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଯାପିତ ହୋଇଛି। ଶେଷ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମୁମ୍ ମହାନ୍ତି ମଞ୍ଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ। ପାରମ୍ପରିକ ବିଧି ଓ ସମର୍ପଣ ପ୍ରକାଶକୁ ମଞ୍ଚସ୍ଥ କରିଥିଲା ମଞ୍ଚ ପୂଜା ଓ ହସଧ୍ଵନି ପଲ୍ଲବୀ। ବିଚିତ୍ର ରାମାୟଣକାବ୍ୟ ଅନ୍ତର୍ଗତ ବୈଦେହୀ ବିଳାପ ହେ ବନଗିରି ହେ ଲତାଗିରି ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଓଡ଼ିଶୀର ଛନ୍ଦରେ ଶିଳ୍ପୀମାନେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।ଦ୍ବିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥୀ କଥକ ନୃତ୍ୟ ପରିବେଷଣ କରିଥିଲେ।ସୂର୍ଯ୍ୟଙ୍କ ପ୍ରକାଶରେ ଜୀବନ ହୁଏ ଚଳଚଞ୍ଚଳ। ଏଥିରେସୂର୍ଯ୍ୟ ନାରାୟଣ ଉପାସନା ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ୟୋତି ଓ ରସ ରୂପ ରଙ୍ଗର କଳାତ୍ମକ ନିବେଦନ ରଙ୍ଗବସନ୍ତ ବେଶ୍ ମନଛୁଆଁ ହୋଇଥିଲା। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ, ସଂହତି ପାଣି, ସଙ୍ଗୀତା ଗୋସାଇଁସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦଯାପନୀ ଦିବସ ରେଅତିଥି ଭାବେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗଦେଇ କାର୍ଯକ୍ରମକୁ ଉଦଘାଟନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More