କୋଟକଣା-ବାନାମ୍ବର ସେତୁ ନିର୍ମାଣ ଦାବିରେ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ

13

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ମହାନଦୀରେ ଗତକାଲି ତିର୍ତ୍ତୋଲ-ପୋସଲ, ଜଈପୁର-କଟିକଟା ସେତୁକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। କିନ୍ତୁ କୋଟକଣା-ବାନାମ୍ବର ମହାନଦୀ ସେତୁ ପାଇଁ ୨୦ବର୍ଷ ଧରି ଆନ୍ଦୋଳନ ହୋଇଆସୁଥିଲେ ମଧ୍ୟ ଏହାକୁ ଅଣ ଦେଖା କରିବାରୁ ଆଜି ଶତାଧିକ ଜନସାଧାରଣ କଟକ-ପାରାଦ୍ୱୀପ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିଲେ। କୋଟକଣା-ବାନାମ୍ବର ସେତୁ ନିର୍ମାଣ ହେଲେ ମହାନଦୀ-ପାଇକା ଦ୍ୱିପାଞ୍ଚଳର ମଧ୍ୟ ଭାଗକୁ ସଂଯୋଗ ସହ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ ହୋଇ ବିକାଶର ମାର୍ଗ ସାଜିଥାନ୍ତାବୋଲି ଆନ୍ଦୋଳନ କାରୀ ମାନେ କହିଥିଲେ।କୋଟକଣା-ବାନାମ୍ବର ମହାନଦୀ ସେତୁକୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତାବନୀ ଦେଇଥିଲେ।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଆନ୍ଦୋଳନ କାରୀଙ୍କ ନିକଟକୁ ଯାଇ ସେମାନଙ୍କର ଦାବି ଗ୍ରହଣ କରିବା ସହ ସେମାନଙ୍କ ଦାବି ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ଓ ଆନ୍ଦୋଳନ ହଟିଥିଲା।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More