କୋକସରା(ସଂଘର୍ଷ ମିଡିଆ ) : ଆଦିବାସୀ ଅଧ୍ୟୁଷିତ କୋକସରା ବ୍ଲକ ଅଞ୍ଚଳରେ ଧାନ ଓ ମକା ଚାଷ ପରେ ଏବେ ପିଆଜ ଚାଷର ଉତ୍ପାଦନ ବଢିଚାଳିଛି । ବ୍ଲକର ଗୋତୋମୁଣ୍ଡା, ସାନପୋଡ଼ାଗୁଡା, ଟେମରା, କାଶୀବାହାଲ, ଫୁଫଗା, ମହିମା, ଗମ୍ଭାରୀଗୁଡା, ବଡପୋଡାଗୁଡା, ବରାଡଙ୍ଗା ଆଦି ପଞ୍ଚାୟତର ଚାଷୀମାନେ ଦିର୍ଘ ଦିନରୁ ପିଆଜ ଚାଷ କରି ଆସୁଛନ୍ତି । ତେବେ ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା କିମ୍ବା ପିଆଜି ସଂରକ୍ଷିତ ରଖିବାକୁ କୈାଣସି ସିତଲ ଭଣ୍ଡାର ନ ଥିବାରୁ କମ୍ ମୂଲ୍ୟରେ ବେପାରୀ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି।କୋକସରା ଉଦ୍ୟାନ ବିଭାଗ ତରଫରୁ ମିଲିଥିବା ସୁଚନା ଅନୁସାରେ ଚଲିତ ବର୍ଷ ସରକାରୀ ସ୍ତରରେ ବ୍ଳକର ୨୪୭ଜଣ ଚାଷୀଙ୍କୁ ୩ କୁଇଣ୍ଟାଲ ୧୫ କେଜି. ପିଆଜ ମଞ୍ଜି ପ୍ରଦାନ କରାଯାଇଛି । ଗତବର୍ଷ ତୁଲନାରେ ଏ ବର୍ଷ ଏକର ପିଛା ୭୦ରୁ୮୨ କ୍ୱିଣ୍ଟାଲ ପିଆଜ ଉତ୍ପାଦନ ବଢିଛି । ସରକାରୀ ସ୍ତରରେ ଚଳିତ ବର୍ଷ ୪୧.୫୪ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ସୁଚନା ମିଲିଥିବାବେଳେ ବେସରକାରୀ ଭାବରେ ୧୦୦ରୁ ଉର୍ଦ୍ଦ ହେକ୍ଟର ଜମିରେ ଚାଷି ପିଆଜ ଚାଷ କରିଥିବା ଜଣାପଡିଛି ବ୍ଲକରେ ପ୍ରତିବର୍ଷ ପିଆଜ ଉତ୍ପାଦନ ବଢୁଥିବାବେଳେ ଠିକ୍ ପିଆଜ ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନ ଥିବା କାରଣରୁ ନିଜର ଆବଶ୍ୟକତା ମେଣ୍ଟାଇବାକୁ ସ୍ଥାନୀୟ ବେପାରିଙ୍କୁ କିଲୋ ପ୍ରତି ୧୫ ରୁ ୧୮ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି।ଏ ନେଇ କୋକସରା ଉଦ୍ୟାନ ସହକାରୀ ଅଧିକାରୀ ତପନ କୁମାର ପାତ୍ର କହିଛନ୍ତି ବିଭାଗ ତରଫରୁ ଚାଷୀ ଙ୍କୁ ପିଆଜ ବିହନ ସବସିଡ଼ି ମୁଲ୍ୟ ରେ ଯୋଗାଇ ଦିଆ ଯାଉଛି, ସଂରକ୍ଷିତ ଗୃହ ପାଇଁ ସବସିଡ଼ି ଯୋଜନା ରହିଛି । ଏବଂ ବାହାର ରାଜ୍ୟରୁ ବେପାରୀ ମାନେ ଆଶୁଥିବା କଥାକୁ ଅସ୍ବୀକାର କରିଛନ୍ତି। FVO_ ବ୍ଲକ ରେ ସରକାରଙ୍କ ତରଫରୁ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ରହିଥିଲେ ଚାଷୀ ଉପକୃତ ହେବା ସହ ରାଜ୍ୟରେ ପିଆଜ ର ଅଭାବ ଦୁର ହୋଇ ପାରନ୍ତା ବୋଳି ପିଆଜ ଚାଷୀମାନେ କହିଛନ୍ତି । ରାଜ୍ୟ ସରକାର ପିଆଜ ଚାଷୀଙ୍କ ସୁବିଧା ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା କୁ ସାଧାରଣ ରେ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।