କଟକ(ସଂଘର୍ଷ ମିଡିଆ) : – ନିଆରା ଢଙ୍ଗରେ ପାଳନ କଲେ ବନ୍ଧୁମିଳନ କାର୍ଯ୍ୟକ୍ରମ କାଳନ୍ଦୀ ନାୟକ ହାଇସ୍କୁଲ ର ୧୯୯୨ ମସିହା ଛାତ୍ର ଛାତ୍ରୀ ମାନେ। କଟକ ଜିଲ୍ଲା କଣ୍ଟାପଡାବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗ୍ରାମରେ କେ.ଏନ.ହାଇସ୍କୁଲଅବସ୍ଥିତ। ସେ ସମୟରେ ଶିକ୍ଷା ବ୍ୟବସ୍ଥା ଶିକ୍ଷକ ଏବଂ ଛାତ୍ର ମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ।ପ୍ରଥମେ ଛାତ୍ର ଛାତ୍ରୀ ମାନନଙ୍କ ଦ୍ଵାରା ଗୁରୁ ବନ୍ଦନା କରାଯାଇଥିଲା।ଫୁଲତୋଡା ଓ ଓତ୍ତରୀୟ ଦେଇ ଗୁରୁଜୀ ମାନନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୀର୍ଘ 32 ବର୍ଷ ପରେ ଛାତ୍ର ଛାତ୍ରୀ ମାନେ ପ୍ରଥମ କରି ଏକାଠି ହୋଇ ଗୁରୁମାନଙ୍କ ଗହଣରେ ଭାବ ବିହ୍ୱଳ ହୋଇଯାଇଥିଲେ। ବିଦ୍ୟାଳୟର କିଛି ଗୁରୁଜୀ ଓ ଛାତ୍ର ଛାତ୍ରୀମାନେ ଆର ପାରିକୁ ଚାଲିଯାଇଛନ୍ତି। ସେମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ 2ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।। ଆଗାମୀ ବର୍ଷ ଆଉ କିଛି ନିଆରା ଢଙ୍ଗରେ ପାଳନ କରାଯିବ ବୋଲି ସମସ୍ତେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବନ୍ଧୁମିଳନ ଜରିଆରେ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ଓ ଛାତ୍ର ଜୀବନ କଥା ମନେପକାଇ ମନ ଦୁଖ କରିଥିଲେ।କଟକ ଜିଲ୍ଲା ନାହାଳପୁର ପଞ୍ଚାୟତରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।