ନିଖିଲ ଉତ୍କଳ ବାରିକ ସମିତି ବୈଠକ ଅନୁଷ୍ଠିତ

19

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ନିଖିଲ ଉତ୍କଳ ବାରିକ ସମିତି, ରାଉରକେଲା ଶାଖା ତରଫରୁ ସକାଳ 08.00 ରୁ ମାଲଗୋଦାମ, ବାସନ୍ତୀ କଲୋନୀରେ ଅବସ୍ଥିତ “ସର୍ବଭୌତିକ ଅନାଥ ଶିଶୁ ଆଶ୍ରମ” ରେ ପିଲାମାନଙ୍କ ପାଇଁ କେଶ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ନ ଏହି କାର୍ଯ୍ୟକ୍ରମରେ ରାଉରକେଲା ମାନ୍ୟବର ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ବିଜେଡି ରାଉରକେଲା ଟାଉନ ସଭାପତି ଶ୍ରୀ ଗଗନ ବିହାରୀ ପଣ୍ଡା ଏବଂ ନିଖିଲ ଉତ୍କଳ ବାରିକ ସମିତିର ସୁନ୍ଦରଗଡ ଜିଲ୍ଲା ସଭାପତି ଶ୍ରୀ କୁମାର ଗୌତମ ବାରିକ ଅଂଶଗ୍ରହଣ କରିଥିଲେ। କମିଟିର ସଦସ୍ୟମାନେ ଆଶ୍ରମର 80 ପିଲାଙ୍କ କେଶ କାଟିଥିଲେ। ତାପରେ ସମସ୍ତଙ୍କୁ ଜଳଖିଆ ଦିଆ ଯାଇଥିଲା | ଏହି ପ୍ରକାର ସେବା କାର୍ଯ୍ୟରୁ ସମସ୍ତ ପିଲାମାନେ ବହୁତ ଖୁସି ଥିଲେ | ଏହା ପରେ ଶାଖା ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀ ଶାରଦା ନାୟକ ସମିତିର ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ସମିତିର ସେବା କାର୍ଯ୍ୟରେ ଶ୍ରୀ ଗଗନ ବିହାରୀ ପଣ୍ଡା ସମସ୍ତ ସମ୍ଭାବ୍ୟ ସହାୟତା ଘୋଷଣା କରିଥିଲେ। ଉକ୍ତ ସଭାରେ 22 ସେପ୍ଟେମ୍ବରରେ ହନୁମାନ ଭାଟିକା ଠାରେ ରାଉରକେଲା ଶାଖା ତତ୍ୱାଧାନରେ “ପଶ୍ଚିମ ଓଡିଶା ବାରିକ ମହାସଂଘ” ର କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲା ଶାଖାର 25 ବର୍ଷ ପୁର୍ଣ ହେବା ପରେ, ଡିସେମ୍ବର ମାସରେ “ରୌପ୍ୟ ଜୟନ୍ତୀ” ପାଳନ କରିବାକୁ ନିଷ୍ପତ୍ତି ନିଆଗଲା | ଶାଖା ମହାସଚିବ ଶ୍ରୀ ବାସୁଦେବ ବାରିକ ଏହି ସଭାର ପରିଚାଳନା କରିଥିଲେ। ସମ୍ପାଦକ ଶ୍ରୀ ସୁକାନ୍ତ ବାରିକଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ଉପସଭାପତି ଶ୍ରୀ ରବିନ୍ଦ୍ର ଠାକୁର, ଶ୍ରୀ ଭାଷ୍କର ବାରିକ ସମିତିରର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଶେଷରେ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ ଠାକୁର ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସେବା କାର୍ଯ୍ୟରେ ଆଶିଷ ବାରିକ, ସୁନ୍ଦର ପାସାୟତ, ନିଶିକାନ୍ତ ବାରିକ, ଦିଲୀପ ବାରିକ, ଅରୁଣ ପାସାୟାତ, ସନୋଜ ଶର୍ମା, ଅନିଲ ଶର୍ମା, ରୁଚି ରଂଜନ ବାରିକ, କୁନା ବାରିକ, ଜତ୍ତମ ବାରିକ, ସଞ୍ଜୟ ଶର୍ମା, ଦଣ୍ଡଧର ବାରିକ, ସୁରେଶ ଶର୍ମା, ପ୍ରମୋଦ ବାରିକ, ବିଜୟ ଶର୍ମା, ଲଲନ ଠାକୁର, ଈଶ୍ୱରୀ ଶର୍ମା, ରାଜେନ୍ଦ୍ର ଶର୍ମା, ଜଗବନ୍ଧୁ ଶର୍ମା, ଶତ୍ରୁଘ୍ନ ପ୍ରମାଣିକ, ରଞ୍ଜିତ ପ୍ରମାଣିକ, ମନୋଜ ଶର୍ମା ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More