କେଲିଆ ଗଡ ଅଲେଖ ମନ୍ଦିରରେ ନୁଆ ଖାଇ ପର୍ବ ଅନୁଷ୍ଠିତ

18

Get real time updates directly on you device, subscribe now.

ନବରଙ୍ଗପୁର –ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅତୀତର କିମ୍ବଦନ୍ତୀ ବହନ କରି ଥିବା ଚଚରାଗୁଡା ଗ୍ରାମ ପଞ୍ଚାୟତର କେଲିଆ ଗଡ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଦ ବାବା ଝାଡେଶ୍ଵର ଶୈବ ପିଠ,ମା ପର୍ବତୀ ମନ୍ଦିର ସହ ଆଖ ପାଖ ପାର୍ଶ୍ଵ ଦେବା ଦେବୀ ମନ୍ଦିର ମଧ୍ୟରୁ ଏଠାର ଅଲେଖା ମନ୍ଦିର ଅନ୍ୟତମ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନୁଆଖାଇ ପର୍ବ ପାଳନହୋଇ ଜାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକ ପ୍ରିୟ ସାନ୍ସଦ ରମେଶ ଚନ୍ଦ୍ର ମାଝୀ,ଲୋକପ୍ରିୟ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧକ୍ଷ ମୋତିରାମ ନାୟକ,ଡାବୁଗାଁ ବ୍ଲକ ଅଧକ୍ଷା ବୀଣାମାଝୀ ଓ ଉପାଧାକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିସଦ ସଭ୍ୟ ଗୁପ୍ତ ବିଷୋୟୀ,ରାଜ୍ୟ ସଭା ସାନ୍ସଦ ପ୍ରତିନିଧି ରାମାରାଓ ଚୌଧୁରୀ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ବେହେରା,ପି ନାଗା,ଟି ଜୁଗୁନୁ,ଆର୍ ପ୍ରକାଶ ରାଓ,ଶିବ ପ୍ରସାଦ ମିଶ୍ର, ଲ୍ୟାମ୍ପ ସଭାପତି ଦୁର୍ଜ୍ୟ ଭତ୍ରା,ଟି ପ୍ରସାଦ,ସରପଞ୍ଚ ରଞ୍ଜୁ ଭତ୍ରା,ଜଦୁ ବାବା,ଜି ମୁରଲି,ଡି ରାଜା,ଜି ମୁରଲି,ବବୁଲୁ ତ୍ରିପାଠୀ, ଅର୍ଜୁନ ଜାନି ପ୍ରମୁଖଙ୍କ ସହ ଅଲେଖ ମନ୍ଦିର ପରିସରରେ ନୁଆଖାଇ ପର୍ବ ଆନନ୍ଦ ମନରେ ପାଳନ କରିଥିଲେ।ନୁଆଖାଇ ପର୍ବ ପାଳନ ସରିବା ପରେ ସାଂସଦଙ୍କ ପାଣ୍ଠିରୁ ଭୋଜନ ମଣ୍ଡପ ପାଇଁ ଦୁଇ ଲକ୍ଷ ଓ ବିଧାୟକ ପାଣ୍ଠିରୁ ଦୁଇ ଲକ୍ଷ ପାଚେରୀ ନିର୍ମାଣ ନିମନ୍ତେ ଭୁମି ପୁଜନ କରି ଶୁଭ ଦେଇଥିଲେ।ଏହି ମନ୍ଦିରର ବାବାଙ୍କ ସହ ଅଲେଖ ପ୍ରେମୀ ଭକ୍ତ ବୃନ୍ଦ ବେଶ ଆନନ୍ଦିତ ହୋଇ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More