କଟକ(ସଂଘର୍ଷ ମିଡିଆ ) : କେରଳରେ ଟମାଟୋ ଫ୍ଲୁ ରୋଗକୁ ନେଇ ଆତଙ୍କ। ୫ ବର୍ଷରୁ କମ୍ ବୟସ୍କ ପିଲା ହେଉଛନ୍ତି ଆକ୍ରାନ୍ତ। ତେବେ ଏହାର କାରଣ ଓ ଲକ୍ଷଣ ବିଷୟରେ ପ୍ରତିକ୍ରିୟା ଦେଇ ବିଶେଷଞ୍ଜ ଡାକ୍ତର କହିଛନ୍ତି ଏହା ଏକ ଭୂତାଣୁଜନିତ ରୋଗ। କେରଳରେ ଅଧିକ ସଂଖ୍ୟାରେ ବାଦୁଡି ଦେଖାଯାଆନ୍ତି। ତେଣୁ ବାଦୁଡି ସବୁ ଭୂତାଣୁର ବାହକ ହୋଇଥିବାରୁ ବାଦୁଡିରୁ ମ୍ୟୁଟେସନ ହୋଇ ଏହି ଭୂତାଣୁ ସ୍ରୁଷ୍ଟି ହୋଇଥିବା କୁହାଯାଉଛି। କେବଳ ଛୋଟ ପିଲାମାନେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଥିବା ବେଳେ ଜର, ଥଣ୍ଡା, କାଶ, ମୁଣ୍ଡ ବିନ୍ଧିବା,ତରଳ ଝାଡା, ଆଖି ଓ ଦେହ ଲାଲ୍ ପଡି ଫଳି ଯିବା ଭଳି ଲକ୍ଷଣ ଦେଖାଦେଉଛି। ଦେହରେ ଟମାଟୋ ଭଳି ଆକାର ସ୍ରୁଷ୍ଟି ହେଉଥିବାରୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି। ଏହା ବାୟୁବାହିତ। ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି। ତେଣୁ ଏହା ଦ୍ବାରା ଆକ୍ରାନ୍ତ ହେଲେ ଆଇସୋଲେସନରେ ରହିବା ଉଚିତ୍। ଏହାର କୌଣସି ଅଲଗା ଚିକିତ୍ସା ନଥିବା ବେଳେ ସାଧାରଣ ଭାବେ କିଛି ଦିନ ଚିକିତ୍ସା ପରେ ଭଲ ହୋଇପାରିବ। ତେଣୁ ଆତଙ୍କିତ ନହୋଇ ସଚେତନ ରହିବାକୁ କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିକ୍ରମ ସାମଲ୍। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।