କେରଳରୁ ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଅଭିମୁଖେ ଛାଡ଼ିଲା ସ୍ଵତନ୍ତ୍ର ଟ୍ରେନ୍

24

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ): ତେଲେଙ୍ଗାନାରୁ ଦାଦନ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଝାଡ଼ଖଣ୍ଡ ଅଭିମୁଖେ ବାହାରି ଆସିବା ପରେ ଆଜି କେରଳରୁ ଓଡ଼ିଶା ଆସିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ । ଏଥିରେ ୧,୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ରହିବେ ବୋଲି ଜଣା ପଡ଼ିଛି । ସେମାନଙ୍କୁ ନେଇ ଆଜି ରାତିରେ କେରଳ ଛାଡ଼ିଛି ।  ଏହି ଟ୍ରେନ୍‌ କେରଳର ଆଲୁଭା ବା ଅଙ୍ଗାମଲୀ ଷ୍ଟେସନରୁ ବାହାରିଛି  । ଏଥିରେ ଆସିବାକୁ ଥିବା ଶ୍ରମିକମାନଙ୍କ ସୂଚୀ ପ୍ରସ୍ତୁତ କରିଛି କେରଳ ପ୍ରଶାସନ । କେରଳରୁ ଆହୁରି ପାଞ୍ଚଟି ସ୍ବତନ୍ତ୍ର ଟ୍ରେନକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । ଯଦିଓ ଓଡ଼ିଶା ଆସୁଥିବା ଏହି ଟ୍ରେନ୍‌ ଭୁବନେଶ୍ୱର ଆସି ଅଟକିବ ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି, ତେବେ ରାଜ୍ୟର ଅଧିକାରୀମାନେ ଏ ନେଇ ଅଧିକ ସୂଚନା ଦେଇନାହାନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More