କେନ୍ଦୁଝର ( ସଂଘର୍ଷ ମିଡିଆ ) : – କେନ୍ଦୁଝର ଜିଲ୍ଲା ରୁଟିଶିଳା ଗ୍ରାମ ପଞ୍ଚାୟତ ଆଙ୍ଗଲପଡା ଗ୍ରାମରେ ମାଳତୀ ନାୟକ ଜଣେ ବୃଦ୍ଧ ଓ ଭୂମିହୀନ ଲୋକ। ସରକାରଙ୍କ ତରଫରୁ ନା ଅଛି ଘର ଭଙ୍ଗାର ସାହାଜ୍ୟ , ଦଦରା ଘରେ କଟୁଛ ଜୀବନ । ମାସିକ ଭତା ସୁବିଧା ପଉଥିବ ବେଳେ ଆଗରୁ ଅନ୍ତୋର୍ଦୟ ଯୋଜନାରେ ମାସକୁ ମିଳୁଥିବା 35କେଜି ଚାଉଳ ଏବେ ମିଳୁନାହିଁ । 35କେଜି ଚାଉଳ ପରିବର୍ତ୍ତେ ଏବେ ସୁ୍ଧା ମାସ କୁ ମାତ୍ର 5kg ଚାଉଳ ମିଳୁଛି। ମାସ ଯାକ 5kg ଚାଉଳରେ ଚଲିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟର ଆଶ୍ରୟ ନେବାକୁ ପଡୁଛି। ଏସମ୍ବଦ୍ଧରେ ସରପଞ୍ଚ ଜୟମିନୀ ନାୟକକୁ ଯାଇ ପଚାରିବାରୁ ସେ ମନା କରିଦେଇଥିଲେ । ଯୋଗାଣ ଅଧିକାରୀ ଘଟଗାଁ PDS ନନ୍ଦ କିଶୋର ନାୟକଙ୍କୁ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ କୌଣସି ପଦଷେପ ନିଆ ଯାଉ ନାହିଁ। ଏଠି ପ୍ରଶ୍ନ ଉଠେ -ସରକାର ଯୋଜନା ଏଠି କାହା ପାଇଁ ? ଧନୀ ଲୋକ ମାନଙ୍କୁ ପାଇଁ ନା ଗରିବ ଲୋକମାନଙ୍କ ପାଇଁ? ପେଟ ପୋଷିବା ପାଇଁ ଏବେ ମଧ୍ୟ ପରିଣତ ବୟସରେ କଷ୍ଟେ ମଷ୍ଟେ କାମ କରିବାକୁ ପଡୁଛି। ଅନ୍ୟ କେତେକ ଲୋକମାନଙ୍କୁ ସରକାରୀ ବୃତ୍ତି ପର୍ଚିକା ସହାୟକ ଥାଇ ମଧ୍ୟ ସେମାନଙ୍କୁ 35kg ଚାଉଳ ମାସିକ ଭତା ମିଳୁଛି। ହେଲେ ଏଠି ଗରିବ ଲୋକମାନଙ୍କୁ ସରକାରଙ୍କୁ ସହାୟତା କିଛି ନାହିଁ।