କେବେ ନ୍ୟାୟ ପାଇବେ ମାନିନୀ ?

34

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜକନିକା ଥାନା ହାଟସାହି ଗ୍ରାମର ମାନିନୀ ସାହାଣୀ ଦୀର୍ଘ ଦିନ ହେବ ସେହି ଗ୍ରାମର ଏକ ଗୋଚର ଜମିରେ ଝାଟିମାଟି କୁଡ଼ିଆ କରି ନିଜ ପରିବାରଙ୍କ ସହିତ  ରହି ଆସୁଥିଲେ। ମାନିନୀ ସାହାଣୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ଆସିଥିବାରୁ ସେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାନିନୀଙ୍କ ଗୃହ ନିର୍ମାଣକୁ ତାଙ୍କ ଦିଅର ସହଜରେ ସହିନପାରି ଭାଉଜ ମାନିନୀ ସାହାଣୀଙ୍କୁ ଦିଅର ଅମରେନ୍ଦ୍ର ସାହାଣି ଓ ସେହି ଗ୍ରାମର ଧନୁର୍ଯ୍ୟୟ ନାୟକ ତା ୦୯/୦୧/୨୦୨୧ ରିଖ ଘରେ କେହି ନଥିବା ବେଳେ ଘରେପସି ଜୀବନରୁ ମାରିଦେବାକୁ ବଳପୂର୍ବକ ଉଦ୍ୟମ କରିଥିଲେ। ମାନିନୀ ସାହାଣୀ  କୈାସଳ କ୍ରମେ ଜୀବନ ବଞ୍ଚାଇ କଣ୍ଡିଆ ଫାଣ୍ଡି ଓ ରାଜକନିକା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଆଜିକୁ ପ୍ରାୟ ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଏତଲା କାରିଣି ମାନିନୀ ସାହାଣୀ ନ୍ୟାୟ ନପାଇ ବାଧ୍ୟହୋଇ ରାଜକନିକା ଥାନା ସମ୍ମୁଖରେ କିରୋସିନ ଢାଳିହୋଇ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ପୁରୁଷ କର୍ମଚାରୀମାନେ ଅଟକାଇଥିଲେ କିନ୍ତୁ ବହୁତ ଦୁଃଖର ବିଷୟ ଜଣେ ମହିଳା ଏଭଳି କାର୍ଯ୍ୟ ଘଟାଇବା ସମୟରେ ସେଠାରେ କେହିବି ମହିଳା ପୋଲିସ ନଥିଲେ। ପୁରୁଷ ପୋଲିସମାନେ ମହିଳା ଜଣଙ୍କୁ ଧରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜକନିକା ଥାନାରେ କଣ ମହିଳା ପୋଲିସ ନାହାଁନ୍ତି କି? ପ୍ରକୃତରେ ନ୍ୟାୟ ନପାଉଥିବା ଲୋକମାନେ ଏଭଳି କାର୍ଯ୍ୟକୁ ଆପଣାଇବେ ବୋଲି ସାଧାରଣ ଲୋକମାନେ କହିଛନ୍ତି। ଆତ୍ମହୁତି ଉଦ୍ୟମ କରୁଥିବା ମହିଳା ଜଣଙ୍କ ବାରମ୍ବାର ପୋଲିସ ପ୍ରଧାନ ବାବୁ ନାଁ ନେଉଛନ୍ତି ଓ ମ୍ୟାଡମ୍ ଙ୍କ ନାଁ ନେଇ କହୁଛନ୍ତି ପୋଲିସ ମାଡାମ୍ ଙ୍କୁ ପଚାରିବାରୁ ମ୍ୟାଡମ୍ କହୁଛନ୍ତି  ମୋର ମନେ ନାହିଁ ଫୋନ୍ କରିବାକୁ।ମା ଏ ପୋଲିସ ଚାକିରି କିଛି ମନେପଡିବ ନାହିଁ। ସେ ପ୍ରଧାନ ବାବୁ ଜଣକ କିଏ ସେ ବିଷୟରେ ସଠିକ୍ ତଦନ୍ତ କରି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୋଲିସ ଉପରେ ଲୋକମାନଙ୍କ ଆଶା ଓ ଭରସା ରହିବ ଓ ନୂତନ ଏସ ପି ଙ୍କ କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରସଂଶା କରିବା ସହିତ ସାଲୁ୍ଟ୍ କରିବୁ ବୋଲି ମତ ବ୍ୟକ୍ତ କରିଛନ୍ତି। ରାଜକନିକାରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More