କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ନିରୋଗୀ ରହିବାକୁ ହେଲେ ଶୁଦ୍ଧ ପାଣି ପିଇବା ଦରକାର। ଲୋକମାନଙ୍କ ନିକଟରେ ଶୁଦ୍ଧପାଣି ପହଂଚାଇବା ପାଇଁ ସରକାର କେତେ ଗୁଡିଏ ଯୋଜନା ଓ କେତେ ଗୁଡିଏ ପ୍ରକଳ୍ପ ମଧ୍ୟ କରିଛନ୍ତି କିନ୍ତୁ ସରକାରଙ୍କ ବସୁଧା ପାନୀୟ ଜଳ ଯୋଜନାରେ ବଦ୍ ପଡିଛନ୍ତି ଖରିନାସୀ ପଞ୍ଚାୟତ ବାସୀ। ଏ ପଞ୍ଚାୟତ ରେ ଏଯାଏଁ ମିଳିନି ବସୁଧା ଯୋଜନାରେ ଟ୍ୟାପ୍ ପାଣି। ପଞ୍ଚାୟତରେ ପ୍ରଯ୍ୟାପ୍ତ ପରିମାଣର ନଳକୂପ ମଧ୍ୟ ନାହିଁ। ଯେଉଁ ନଳକୂପ ଗୁଡିକ ଅଛି ବହୁ ନଳକୂପରେ ଲୁଣିପାଣି ଆସିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୁଣିପାଣି ପିଇବାକୁ ଇଛା ନେଉଥିଲେ ମଧ୍ୟ ଅମୂଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ସେହି ଲୁଣିପାଣି ପିଇବାକୁ ପଡ଼ୁଛି। ଗ୍ରୀଷ୍ମର ତାତି ଦିନକୁ ଦିନ ଯେତେ ବଢ଼ିବାରେ ଲାଗୁଛି ସେହିପରି ପିଇବା ପାଣିର ସମାସ୍ୟା ମଧ୍ୟ ଦେଖାଦେଇଛି। ଏ କେଉଁ ଜଙ୍ଗଲ ପାହାଡିଆ ଅଧ୍ୟୁଷିତ ଅଞ୍ଚଳର ଦୃଶ୍ୟ ନୁହେଁ ଏ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୁମି ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ଖରିନାସୀ ପଞ୍ଚାୟତ ଦୃଶ୍ୟ ଦେଖନ୍ତୁ ମହିଳାମାନେ କିପରି ଗରା, ମାଠିଆ, ବାଲଟି ଧରି ଖରାରା ଲାଇନରେ ଅପେକ୍ଷା କରିଛନ୍ତି ମୁନ୍ଦାଏ ପାଣିପାଇଁ। ଏଠାରେ ଟୋପେ ମଧୁର ପାନୀୟ ଜଳ ପାଇଁ ଲୋକମାନେ କିପରି ଡହଳ ବିକଳ ହେଉଛନ୍ତି। ଏ ନେଇ ଆମ ପ୍ରତିନିଧି ଖରିନାସୀ ନବନିର୍ବାଚିତ ସରପଞ୍ଚ ବନିତା ରାଉତ ଙ୍କୁ ଭେଟି ପଞ୍ଚାୟତରେ ଥିବା ପାନୀୟ ଜଳ ସମ୍ପର୍କରେ ପଚାରିଥିଲେ ସୁଣନ୍ତୁ କଣ କହୁଛନ୍ତି ସରପଞ୍ଚ ବନିତା ରାଉତ। ଖରିନାସୀ ପଞ୍ଚାୟତର ମାଆମାନେ ନ୍ୟୁଜ୍ ମଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି ସମଗ୍ର ମହାକାଳପଡ଼ା ବ୍ଲକ ସମ୍ପୁର୍ଣ୍ଣ ଲୁଣା ଏରିଆ ହୋଇଥିବାରୁ ସରକାର ମହାକାଳପଡ଼ା ବ୍ଲକ ପାଇଁ ମେଗା ଫିଲଟର ପାନୀୟ ଜଳ ଭଣ୍ଡାରର ବ୍ୟବସ୍ଥା କରି ଟ୍ୟାପ୍ ମଧ୍ୟମରେ ଘରେଘରେ ପାଣି ପହଂଚାଇଲେ ଆମେ ଉପକୃତ ହେବୁ ବୋଲି ସରକାର ଙ୍କ ନିକଟରେ ଅନୁରୋଧ କରି କହିଛନ୍ତି।