କେବେ ଆସିବ ପାଇପି ପାଣି ?

36

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଗ୍ରୀଷ୍ମର ତାତି ଦିନକୁ ଦିନ ଯେତେ ବଢ଼ିବାରେ ଲାଗୁଛି ସେହିପରି ପିଇବା ପାଣିର ସମାସ୍ୟା ମଧ୍ୟ ଦେଖାଦେଇଛି। ଏ କେଉଁ ଜଙ୍ଗଲ ପାହାଡିଆ ଅଧ୍ୟୁଷିତ ଅଞ୍ଚଳର ଦୃଶ୍ୟ ନୁହେଁ ଏ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୁମି ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଣତା ପଞ୍ଚାୟତ କୁନ୍ଧୁପୁର ଗ୍ରାମର ଦୃଶ୍ୟ। ଏଠାରେ ଦୀର୍ଘ ତିନି ବର୍ଷ ହେବ ଗାଁ ରେ ବୋରିଙ୍ଗି କରାଯାଇଛି ଓ ସ୍ଥାନୀୟ ଦୁଇ ନେତାମାନଙ୍କ ଫଳକ ମଧ୍ୟ ଲେଖାଯାଇଛି ଏହାପରେ ବି ଆସୁନି ପାଣି। ଗ୍ରାମରେ ଥିବା ନଳକୂପ ଗୁଡିକ ବହୁ ସମୟରେ ଖରାପ ରହୁଥିବା ବେଳେ କିଛି ନଳକୂପରେ ସୁଧପାଣି ବା ପିଇବା ଉପଯୋଗି ପାଣି ଆସୁନି ଜାହାଫଳରେ ମହିଳା ଓ ଝିଅମାନେ ଉଦୁଉଦିଆ ଖରାରେ ମାଇଲି ମାଇଲି ବାଟ କାଖରେ ପାଣିଗରା ଓ ହାତରେ ବାଲଟି ଧରି ପାଣି ଆଣୁଥିବାର ଦେଖିବାକୁ ମିଳିଛି। ଆମ ପ୍ରତିନିଧି ରାଜନଗର ବିଧାୟକଙ୍କୁ ପଚାରିଥିଲେ ବିଧାୟକ ଙ୍କ କହିବା ଅନୁଯାୟୀ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟସ ହୋଇଛି ଆଉ ସେଥିରେ କୁନ୍ଦୁପୁର ଗାଁ ମଧ୍ୟ ସାମିଲ ଅଛି ଶୀଘ୍ର ଟେଣ୍ଡର କରାଯାଇ ଏହାର ସମାଧାନ କରାଯିବ ବୋଲି ସରକାରୀ ସ୍ତରରେ ପଚେଷ୍ଟା ଜାରିରହିଛି ଅନ୍ୟପଟେ ପାନୀୟ ଜଳ ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗା ଯୋଗ ସମ୍ଭବ ହୋଇ ପାରିନାହିଁ। ନେତାମାନେ ନିଜ ନିଜ ନାମରେ ଫଳକ ଲଗାଇ ଶିଳାନ୍ୟାସ ପରେ ଶିଳାନ୍ୟାସର ପ୍ରତିଯୋଗିତା କରୁଥିବା ବେଳେ ପ୍ରାୟ ଶହେ ରୁ ଉର୍ଦ୍ଧ ପରିବାର ରହୁଥିବା କୁନ୍ଧୁପୁର ଗ୍ରାମର ମାଆ ମାନଙ୍କର ପାଇପି ପାଣିର ଦୁଃଖ କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More