କେବଳ ସହର ନୁହେଁ, ପ୍ରତି ପଞ୍ଚାୟତରେ ଗଡିବ ‘ମୋ ବସ’

16

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : – ଏଣିକି ଗାଁରେ ଚାଲିବ ମୋ ବସ ।ବ୍ଲକରୁ ପ୍ରତି ପଞ୍ଚାୟତକୁ ଯିବ ମୋ ବସ । ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ। ପ୍ରାଥମିକ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ । ସୂଚନା ଅନୁଯାୟୀ, ଲକ୍ଷ୍ମୀ ସ୍କିମ ମାଧ୍ୟମରେ ଗ୍ରାମାଞ୍ଚଳରେ ମୋ ବସ ଚାଲିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ । ଏହି ୬ଟି ଜିଲ୍ଲା ହେଉଛି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ପୂର୍ବରୁ ସମ୍ବଲପୁର-ଝାରସୁଗୁଡା-ବେଲପାହାଡ ଏବଂ ବ୍ରହ୍ମପୁର-ଗୋପାଲପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି ପାଇଁ ମୋ ବସ ସେବା ଯୋଗାଇ ଦେବାକୁ ଘୋଷଣା କରିଥିଲା ସିଆରଟିୟୁ । ଏହି ୩ ଜିଲ୍ଲାକୁ ମିଶାଇଲେ ମୋଟ ୭ଟି ଜିଲ୍ଲାରେ ମୋ ବସ ସେବା ମିଳିବ ଜଣା ପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More