କେବଳ କାଗଜ କଲମରେ ବନ୍ଧର ପୁନରୁଦ୍ଧାର !

32

Get real time updates directly on you device, subscribe now.

ବେଲଗୁଣ୍ଠା (ସଂଘର୍ଷ ମିଡିଆ ) :-ପଦାରେ ପଡିଲା କନିଷ୍ଠ ଯନ୍ତ୍ରୀ ଓ କୁଜି ନେତାଙ୍କ କେଳେଙ୍କାରୀ ର ଅସଲ ଚିତ୍ର । ଗୁମର ଖୋଲିଲେ ସ୍ଥାନୀୟ ଗ୍ରାମବାସୀ । ପୋଖରୀ ହେଲାନି ପୁନରୁଦ୍ଧାର ହେଲେ ଫଳକ ଲଗାଇ ବିଲ ହେଲା ଲକ୍ଷ ଲକ୍ଷ ଟଙ୍କା । ଟିକିଏ ଭଲକରି ନଜର ପକାନ୍ତୁ ଏହି ଦସ୍ତାବିଜି ଉପରେ ଲକ୍ଷ ଲକ୍ଷ ଟଙ୍କାର ବିଲ ହୋଇଛି ହେଲେ କାମ ଜେଇ ଓ କୁଜି ନେତାଙ୍କ ମଧୁ ଚନ୍ଦ୍ରିକାରେ ରହିଯାଇଛି । ଏଭଳି କେଳେଙ୍କାରୀର ଗୁମର ଖୋଲିଛନ୍ତି  ଗଞ୍ଜାମ ଜିଲ୍ଲା ର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପଞ୍ଚାୟତର ଗ୍ରାମବାସୀ । ଅଭିଯୋଗ ଅନୁସାରେ ପୋଖରୀ ଖନନ ସହିତ ତାର ପୁନରୁଦ୍ଧାର ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଯୋଗାଉଛନ୍ତି ଲୋକଙ୍କ ଜଳ ସମସ୍ୟା ଦୂର କରିବାପାଇଁ  l ହେଲେ ତାହାର ସଫଳ ରୂପାୟନ କେବଳ କାଗଜ କଲମ ରେ ସୀମିତ l ଟିକିଏ ଭଲ ଭାବରେ ନଜର ପକାନ୍ତୁ ଏହି ପୋଖରୀ ଉପରେ କାମ ହୋଇଥିବା ଚିତ୍ର ଜଳ ଜଳ ହୋଇ ବାରି ହୋଇପଡୁଛି । ଏପଟେ କାମ ପାଇଁ  କରାଯାଇଥିବା ବୋର୍ଡ ଟି ଆଖି ଝଲସି ଉଠୁଛି । କିନ୍ତୁ କାମ କାଗଜ କଲମରେ । ଏଭଳି ଅଭିଯୋଜ ନେଇ ବ୍ଲକ ଉନ୍ନୟନ  ଅଧିକାରୀଙ୍କୁ ଭେଟିଥିଲେ ଗ୍ରାମବାସି । କିନ୍ତୁ ଗ୍ରାମବାସୀଙ୍କୁ ସନ୍ତ୍ୟନା ମୂଳକ ଉତ୍ତର ଦେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ ଏହାର ଉଚ୍ଚସ୍ତରୀୟ ତଦନ୍ତ ନ ହେଲେ ବ୍ଲକ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More