କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ବାତିଲ ଦାବିରେ ସଂଯୁକ୍ତ କୃଷକ ଏକତା ମଞ୍ଚ ତରଫରୁ ବିକ୍ଷୋଭ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ସଂଯୁକ୍ତ କୃଷକ ଏକତା ମଞ୍ଚ ଓଡିଶା ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସିଆଇଟିୟୁ,ସିପିଆଇ, ଏଆଇ ୟୁଟି ୟୁସି,ଏଆଇ ୟୁଏଫ, ଏଆଇ କେ ଏମଏସ ତରଫରୁ ସ୍ଥାନୀୟ ମୁନିସିପାଲଟି ଛକ ଠାରେ ଅଗ୍ନିପଥ ନିଯୁକ୍ତି କୁ ବାତିଲ ଦାବିରେ ପ୍ରତିବାଦ ସଭା କରିବା ସହ ବିକ୍ଷୋଭ କରିଥିଲେ।ଏହି ପ୍ରତିବାଦ ସଭାରେ ମୁଖ୍ୟବକ୍ତା ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ବାଇଁ, ସହ ସଂପାଦକ ଗଣେଶ ମାଣିଆ, କୃଷ୍ଣଚନ୍ଦ୍ର ବସ୍ତିଆ, ଓଡିଶା କୃଷକ ସଭା ଆବାହକ ନଟବର ପଲେଇ, ସିଆଇଟିୟୁ ର ଜିଲା କମିଟି ଯୁଧିଷ୍ଠିର ଦାସ,ସିପିଆଇର ଜିଲା ସମ୍ପାଦକ ଅଭିଜିତ ସାହୂ, କ୍ଷେତ ମଯଦୁର ୟୁନିୟନ ର ହରିଚରଣ ସାହୂ, ରାଜ୍ୟ ସମ୍ପାଦକ ଉଲ୍ଲାସ ସ୍ୱାଇଁ, କୃଷକ ସଭା ର ରାଜ୍ୟ ଉପସଭାପତି ଶଶୀଭୂଷଣ ସ୍ବାଇଁ ଯୋଗଦେଇ ନିଜ ବକ୍ତବ୍ୟ ରେ ଆମ ଦେଶରେ ବେକାରୀ କରାଳ ରୂପ କୋଟି କୋଟି ଯୁବ ପ୍ରାଣ କୁ ହନ୍ତସନ୍ତ କରିଚାଲିଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ବର୍ଷକୁ ଦୁଇ କୋଟିର ନିଯୁକ୍ତି ସୁଦୂର ପ୍ରସାରି।ତାପରି ବର୍ତ୍ତେ ଅଗ୍ନିପଥ ନିଯୁକ୍ତି ନାମରେ ଭାରତୀୟ ସେନା ବାହିନୀ ରେ ପୁନଶ୍ଚ ନୂତନ ସ୍ୱପ୍ନ ସାଉଁଟିବାକୁ କେନ୍ଦ୍ର ସରକାରଙ୍କ ଯୋଜନା କୋଟି କୋଟି ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଉପହାସ ସଦୃଶ।ତେଣୁ ଏହି ଅଗ୍ନିପଥ ଯୋଜନାକୁ ତୁରନ୍ତ ବାତିଲ କରାଯାଉ ବୋଲି କହିଥିଲେ। ଏହି ସଭା ରେ ଅଖିଳ ଭାରତକୃଷକ ସଭା ର ଜିଲ୍ଲା ସଭାପତି ଶ୍ରୀନିବାସ ଜୁଜିଆର ସିଂ ସଭାପତିତ୍ୱ କରିଥିଲେ ,ସଭା ରେ ଏଆଇ ୟୁଟିୟୁସିର ଜିଲା ସଭାପତି ପ୍ରଦୀପ୍ତ ରାମ,ଏଆଇକେଏମଏସ ର ସଭାପତି ସୁବାଷ ସ୍ୱାଇଁ ,ଜିଲ୍ଲା ସମ୍ପାଦକ ପିତାମ୍ବର ଦାସ ,ଜିଲ୍ଲା ଉପସଭାପତି ରାଜକିଶୋର ଦାସ ,ଜିଲ୍ଲା ସହ ସମ୍ପାଦକ ଦାମୋଦର ବେହେରା , ଜିଲ୍ଲା କୋଷାଧ୍ୟକ୍ଷ ନାରାୟଣ ମିଶ୍ର , ଯୁବ ସଙ୍ଘର ରାଜ୍ୟ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତି , ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣୀ ,କ୍ଷେତ ମୂଲିଆ ନେତା ତ୍ରଲୋକ ଜେନା , ଯୁବ ନେତା ଅଜୟ ବେହେରା , ଗୋପାଳ ରାଓ,ହରିଚରଣ ସ୍ବାଇଁ,କମ୍ୟୁନିଷ୍ଟ ନେତା ବିଜୟ ମହାନ୍ତି ଯୋଗଦେଇ ଅଗ୍ନିପଥ ଯୋଜନା ପ୍ରତ୍ୟାଖ୍ୟାନ କରିବା ସହ ନିଯୁକ୍ତିକ୍ଷମ ସମସ୍ତ ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ ।ଏପରିକି ଭାରତର ସାର୍ବଭୌମତ୍ବକୁ ସୁରକ୍ଷିତ କର ।ଏହି ଅବସରରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More