କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଦ୍ବାରା ସଂଧ୍ୟାରାଣୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ପ୍ରଦାନ

13

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଧ୍ୟାରାଣୀ ସାହୂଙ୍କୁ ଭାରତ ସରକାରଙ୍କ ମନ୍ତ୍ରୀ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ରାମେଶ୍ୱର ତେଲି କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଛନ୍ତି । ପ୍ରକାଶ ଥାଉକି ପାରାଦ୍ୱୀପ ରିଫାଇନରୀ ଚଳିତ ମାସ ୬ ଜୁଲାଇ ରେ ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ଶ୍ରୀମତି ସାହୁ କୋଭିଡ ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଘର ଠାରୁ ଦୂରରେ ରହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା କୁଜଙ୍ଗ ବ୍ଲକ ସବୁ ଶ୍ରେଣୀର ଲୋକମାନଙ୍କ ପାଇଁ ନିର୍ଭୟରେ ଯେଉଁ ମହାନ ସେବା ପ୍ରଦାନ କରିଥିଲେ ତାହାର ଫଳ ସ୍ୱରୂପ ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଦଶ ହଜାର ଟଙ୍କା ସହ ମାନପତ୍ର ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରିଅନେକ ପ୍ରଶଂସା କରିଥିଲେ।ଶ୍ରୀମତୀ ସାହୂ ଏହି ସମ୍ମାନ ଓ ସ୍ୱୀକୃତି ପାଇବା ପରେ ମାନ୍ୟବର ମନ୍ତ୍ରୀ ଏବଂ ରିଫାଇନରୀ ସମସ୍ତ କର୍ମକର୍ତ୍ତା, କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି କୁ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ହିସାବରେ ତାଙ୍କର କର୍ତ୍ତବ୍ୟ ଏବଂ ଈଶ୍ୱରଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଏବଂ ସେବାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଥିଲେ।ସେହି ଉତ୍ସବରେ ଅନ୍ୟାନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁମାନେ ସମ୍ବର୍ଦ୍ଧିତ ହୋଇଥିଲେ ସେମାନଙ୍କୁ ସେ କୃତଜ୍ଞତା ଦେବାସହ ସୁପରିଟେଡେଣ୍ଟ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More