କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟିତ

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -  ମୟୂରଭଞ୍ଜ ଜିଲ୍ଲାରେ ବିଶୋଇ ବ୍ଲକ୍ ଏକ ଆଦିବାସୀ ବହୁଳ ଓ ତେର ଗୋଟି ପଞ୍ଚାୟତକୁ ନେଇ ଏକ ବିଶାଳ ଆୟତନ ବିଶିଷ୍ଟ ବ୍ଲକ ହୋଇ ଥିବା ବେଳେ ନୂଆଗାଁ ପଞ୍ଚାୟତ ବିଶୋଇ ବ୍ଲକ ଠାରୁ ଦିର୍ଘ ୩୦କିମି ଦୁରରେ ଅବସ୍ଥିତ। ଏଣୁ ଏହି ପଞ୍ଚାୟତରେ ବିଭିନ୍ନ ମୈଳିକ ସମସ୍ୟା ରହିଥିବା, ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏଣୁ ଏହି ପଞ୍ଚାୟତର କିଛି ଉନ୍ନତି ବିଷୟରେ ଚିନ୍ତା କରି ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ କେନ୍ଦ୍ର ମନ୍ତ୍ରୀ ସମ୍ମାନୀୟ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ପିତା କାଟି ଏକ ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ମଣ୍ଡଳ ସଭାପତି ଉମାକାନ୍ତ ନନ୍ଦ, ଶିବପ୍ରସାଦ ଗିରି, ସଞ୍ଜିବ ମହାନ୍ତି, ଜୁରିଲାଲ ମହାନ୍ତ,ସେକ୍ ହୁସେନ, ବରୁଣ ଦେ,ମାଧବ ମହାନ୍ତ, ଦିଲିପ ମହାନ୍ତ ସହିତ  ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିଲେ,ଏବଂ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥି ମାନଙ୍କୁ ସ୍ବାଗତ  କରାଯିବା ସହିତ ପୁଷ୍ପ ମାଲ୍ୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଦ୍ଘାଟନି ଉତ୍ସବରେ ଏହି ପଞ୍ଚାୟତର ଓ ଆଖପାଖ ଅଞ୍ଚଳ ସହିତ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ହୋଇଥିଲେ।

ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁ ଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More