କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡ଼ାକରାରେ ଦେଶ ବ୍ୟାପି ପ୍ରତିବାଦ ଅନୁଷ୍ଠିତ

30

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡ଼ାକରାରେ ଦେଶବ୍ୟାପୀ ଆଜି ପ୍ରତିବାଦ ଓ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।ପାର୍ଲିଆମେଣ୍ଟରେ ଶ୍ରମ ଆଇନ ସଂଶୋଧନ କେନ୍ଦ୍ର ର ବିଜେପି ସରକାର ଆଗତ କରିଛନ୍ତି । ଫଳରେ ରାଜ୍ୟ ମାନେ ନିର୍ମାଣ ଶ୍ରମିକ ଙ୍କ ଆଦାୟ କରୁଥିବା ସେସ ଟଙ୍କା କେନ୍ଦ୍ର ସରକାର ହାତକୁ ନେଇଯିବେ । ଏହା ଫଳରେନିର୍ମାଣ ଶ୍ରମିକ ମାନେ ପାଉଥିବା ସହାୟତା ପାଇବେ ନାହିଁ । ଶ୍ରମିକ ମାନେ ପାଉଥିବା କଲ୍ୟାଣକାରୀ ଆଇନକୁ ବଦଳାଇ ମାଳିକମାନଙ୍କ ସ୍ୱାର୍ଥରେ ଏହି ଆଇନ ।ତେଣୁ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁ ସମେତ ଦଶଟି କେନ୍ଦ୍ରୀୟ ସଂଗଠନ ଏହି ଆଇନକୁ ବିରୋଧ କରିବା ସହ ଅନ୍ୟ ଦାବି ଗୁଡିକ ଉପରେ ଆନ୍ଦୋଳନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ଶ୍ରମିକଙ୍କ ପାଇଁ ମାସିକ ସାତହଜାର ପାଞ୍ଚ ଶହ ଟଙ୍କା ଦେବା ପାଇଁ ଦାବି କରିବା ସହିତ ମହାତ୍ମାଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାରେ ଦୁଇ ଶହ ଦିନ କାମ ସହିତ ଦୈନିକ ମଜୁରି ଛଅ ସହ ଟଙ୍କା ଦେବା ସହ ଦଶ କେଜି ଚାଉଳ ମୁଣ୍ଡପିଛା ମାଗଣା ଦେବାପାଇଁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁର ରାଜ୍ୟ ସମ୍ପାଦକ ଲୋଭକାନ୍ତ ସ୍ୱାଇଁ, ଜିଲ୍ଲାର କର୍ମକର୍ତ୍ତା ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ବସ୍ତିଆ, ନାରାୟଣ କବି,ଅନନ୍ତ ଦାସ,ପ୍ରଫୁଲ୍ଲ ନାୟକ,ଶରତ ବେହେରା,ବିନ୍ଦୁ ସାଗର ଓଝା,ସୁବାଷ ମହାରଣା ପ୍ରମୁଖ ଯୋଗଦେଇ ବିକ୍ଷୋଭ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More