କେନ୍ଦ୍ରୀୟ ପୂଜା କମିଟି ରାଉରକେଲା ପକ୍ଷରୁ ଗତବର୍ଷ ପୂଜାର ବିଭିନ୍ନ ବର୍ଗର ଫଳାଫଳ ଘୋଷଣା

51

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : କେନ୍ଦ୍ରୀୟ ପୂଜା କମିଟି ରାଉରକେଲା ପକ୍ଷରୁ ଗତବର୍ଷ ପୂଜାର ବିଭିନ୍ନ ବର୍ଗର ଫଳାଫଳ ଘୋଷଣା ଆଜି ସ୍ଥାନୀୟ ଆଇଟିଡିଏ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି।ସିପିସି ର ସଭାପତି ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ମହାନଗର ନିଗମ ଉପାୟୁକ୍ତ ସୁଧାଂଶୁ ଭୋଇ ଙ୍କ ସମେତ ସାଧାରଣ ସମ୍ପାଦକ ବିରାଜ ମୋହନ ବିଶ୍ବାଳ ଓ ଅନ୍ୟାନ୍ୟ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ବିଚାରକ ମଣ୍ଡଳୀଙ୍କ ଦ୍ବାରା ମୂଲ୍ୟାୟନ ହୋଇଥିବା ସମସ୍ତ ଲଫାପା ସମସ୍ତଙ୍କ ଉପସ୍ଥିତି ରେ ଖୋଲିଥିଲେ।ସଭାପତି ସମସ୍ତ ମୂଲ୍ୟାୟନ କୁ ସର୍ବସମ୍ମୁଖରେ ଘୋଷଣା କରିବା ପରେ ଅଧିକ ନମ୍ବର ଆଧାର ରେ ପୂଜା କମିଟି ର ନାମ ଘୋଷଣା କରାଯାଇଥିଲା।ସିପିସି ଦୁର୍ଗାପୂଜା କ୍ଲାସିକାଲରେ ଷ୍ଟିଲ ଟାଉନସିପ୍ ର ସେକ୍ଟର -2 ପ୍ରଥମ, ସେକ୍ଟର -1ପୁରୁଣା ଦ୍ବିତୀୟ ଓ ଇସ୍ପାତ ମାର୍କେଟ ତୃତୀୟ ସେହିପରି ସିଭିଲ ଟାଉନସିପ୍ ରେ ପ୍ଲାଣ୍ଟ ସାଇଟ୍ ପ୍ରଥମ,ଡେଲି ମାର୍କେଟ ଦ୍ବିତୀୟ ଓ ତାରିଣୀ ମନ୍ଦିର ପାଖ ତୃତୀୟ ହୋଇଥିଲା ବେଳେ ଫର୍ଟିଲାଇଜର ଟାଉନସିପ୍ ର ଜଲଦା ବ୍ଲକ ପ୍ରଥମ,ବାଲିଯୋଡି ଦ୍ବିତୀୟ ଓ ତରକେରା କଲୋନୀ ତୃତୀୟ ହୋଇଥିଲା ବେଳେ ଫର୍ଟିଲାଇଜର ଟାଉନସିପ୍ ର ଜଲଦା ବ୍ଲକ ପ୍ରଥମ,ବାଲିଯୋଡି ଦ୍ବିତୀୟ ଓ ତରକେରା କଲୋନୀ ତୃତୀୟ ସ୍ଥାନରେ ରହିଛନ୍ତି। ଓରିଏଣ୍ଟାଲରେ ଷ୍ଟିଲ ଟାଉନସିପ୍ ର ସେକ୍ଟର -7 ପ୍ରଥମ, ସେକ୍ଟର -16 ଓ ସେକ୍ଟର -20 ଯୁଗ୍ମ ଦ୍ବିତୀୟ ଓ ସେକ୍ଟର -20 ଏବିସି ତୃତୀୟ ସେହିପରି ସିଭିଲ ଟାଉନସିପ୍ ରେ ଟ୍ରାଫିକ ଗେଟ୍ ପ୍ରଥମ,ଉଦିତନଗର ଦ୍ବିତୀୟ ବିରଜାପାଲୀ ତୃତୀୟ ହୋଇଥିଲା ବେଳେ ଫର୍ଟିଲାଇଜର ଟାଉନସିପ୍ ରେ କମ୍ଯୁନିଟି ସେଣ୍ଟର ପ୍ରଥମ ଓ ଜଲଦା ସି ବ୍ଲକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଲକ୍ଷ୍ମୀ ପୂଜା ରେ ଷ୍ଟିଲ ଟାଉନସିପ୍ ର ସେକ୍ଟର -17 ପ୍ରଥମ ସେକ୍ଟର -15 ଲକ୍ଷ୍ମୀ ମାର୍କେଟ ଦ୍ବିତୀୟ ଓ ସେକ୍ଟର -4 ତୃତୀୟ ସେହିପରି ସିଭିଲ ଟାଉନସିପ୍ ରେ ଜନତା ବିଣାପାଣୀ ଏସଟିଆଇ ପ୍ରଥମ କଲୁଙ୍ଗା ଦ୍ବିତୀୟ ଓ ମାଲଗୋଦାମ ତୃତୀୟ ହୋଇଥିଲା ବେଳେ ଫର୍ଟିଲାଇଜର ଟାଉନସିପ୍ ରେ ପୂର୍ଣ୍ଣାନନ୍ଦ ମାର୍କେଟ ପ୍ରଥମ, ତାରାପୁର ଲକ୍ଷ୍ମୀ ପୂଜା ଦ୍ବିତୀୟ,ଲୋକନାଥ ମାର୍କେଟ ଓ ଦେଓଗାଁ ଧବଳେଶ୍ଵର ମାର୍କେଟ ଯୁଗ୍ମ ତୃତୀୟ ହୋଇଛନ୍ତି।କାଳୀ ପୂଜା ରେ ଷ୍ଟିଲ ଟାଉନସିପ୍ ରେ ସେକ୍ଟର -6 ଏଚ ବ୍ଲକ୍ ପ୍ରଥମ, ସେକ୍ଟର -14 ଓ ଇସ୍ପାତ ମାର୍କେଟ ଯୁଗ୍ମ ଦ୍ବିତୀୟ ସେକ୍ଟର -1 ଚିପ୍ ଟାଇପ୍ ମାର୍କେଟ ଓ ସେକ୍ଟର -1 ଏଚ୍ ବ୍ଲକ ଯୁଗ୍ମ ତୃତୀୟ ସେହିପରି ସିଭିଲ ଟାଉନସିପ୍ ରେ ସେକ୍ଟର ବି ନାଇନ ଷ୍ଟାର ବନ୍ଧମୁଣ୍ଡା ପ୍ରଥମ, ସେକ୍ଟର ସି ବନ୍ଧମୁଣ୍ଡା ଦ୍ବିତୀୟ ଓ ବିରଜାପାଲୀ ତୃତୀୟ ସ୍ଥାନରେ ଥିବା ବେଳେ ଫର୍ଟିଲାଇଜର ଟାଉନସିପ୍ ରେ ଇନ୍ଦୁ ମାର୍କେଟ ପ୍ରଥମ,ଉପର ବାଲିଯୋଡି ଦ୍ବିତୀୟ ଓ ଦେଓଗାଁ ତୃତୀୟ ସ୍ଥାନରେ ରହିଛନ୍ତି।ଏ ସମସ୍ତ ପୂଜା କମିଟି ଆସନ୍ତା ଅକ୍ଟୋବର 14 ସିପିସି ନାଇଟୀ ରେ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମ ରେ ସିପିସି ଉପସଭାପତି ନାରାୟଣ ମାହାନ୍ତି,ପ୍ରସନ୍ନ ବଳିଆର ସିଂହ ଯୁଗ୍ମ ସମ୍ପାଦକ ସମରପ୍ରିୟ ତନ୍ତୀ, କୋଷାଧ୍ୟକ୍ଷ ଆଲୋକ ମହାପାତ୍ର ଙ୍କ ସହ କାର୍ଯ୍ୟକାରୀ ସଦସ୍ୟ ରାହୁଲ ରାୟ,ମାନସୀ ସରକାର ପ୍ରମୁଖ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More