କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ବ୍ଲକ ଅଧକ୍ଷ ପଦ ହାତେଇବ କିଏ ? ବିଧାୟକଙ୍କ ଶିବିର ପୁରୀ ହୋଟେଲରେ ସମିତି ସଭ୍ୟଙ୍କୁ ନେଇ ନଜରବନ୍ଦି ରଖିବା ଘଟଣା , ଏନେଇ ଅଧକ୍ଷ ପଦକୁ ନେଇ ଶାସକ ବିଜେଡିରେ ଦ୍ଵନ୍ଦ , ଅନ୍ୟ ପକ୍ଷେ ଅଧକ୍ଷ ପଦକ ନେଇ ଆଶାୟୀଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । କେନ୍ଦ୍ରାପଡା ବ୍ଲକ ଅଧକ୍ଷ ଅନାମ ବନ୍ଧୁ ଧଳଙ୍କ ଆକାଳ ମୃତ୍ୟୁ ପରେ ଅଧକ୍ଷ ପଦକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । ତେବେ କିଏ ହେବ କେନ୍ଦ୍ରାପଡା ବ୍ଲକ ଅଧକ୍ଷ ? — ଦୁଇ ବିଧାୟକ ଗୋଷ୍ଠୀ ମୁହଁ। ମୂହ୍ନି …. ବ୍ଲକର ତିନ ପୂର୍ବ ଅଧକ୍ଷ ଗୋଷ୍ଠୀ ମଧ୍ୟରେ ଟଣାଓଟରା ….ବର୍ତମାନର ବିଧାୟକ ଶଶୀ ଭୂଷଣ ବେହେରାଙ୍କ ଗୋଟି ଚାଳନା ଓ ପୁରୀରେ 16 ଜଣ ସମିତି ସଭ୍ୟଙ୍କୁ ନଜରବନ୍ଦି ରଖିବା ଘଟଣା ରାଜନୀତି ଉଷ୍ମକରିବାରେ ଲାଗିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ ରିପୋର୍ଟ । କେନ୍ଦ୍ରାପଡା ବ୍ଲକ ପାଇଁ ଅଧକ୍ଷ ନିର୍ବାଚନ ନିର୍ନାୟକ ମୋଡରେ ପହଞ୍ଚିଛି । ପୂର୍ବତନ ବ୍ଲକ ଅଧକ୍ଷ ଅନାମ ବନ୍ଧୁ ଧଳଙ୍କ ଗତ ମାସରେ ଏକସ୍ମ।କ ମୃତ୍ୟୁ ଘଟିବା ପରେ ଏହି ପଦ ପାଇଁ ନିର୍ବାଚନ ହେବାର ସୂଚନା ମିଳିଛି । ଏଥି ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ପ୍ରଥମରୁ ସ୍ଵର୍ଗତ ଅନାମ ବନ୍ଧୁ ଧଳଙ୍କ ବିଧବା ପତ୍ନୀ ମମତାରଣୀ ନିଜ ଦାବି ରଖିହିଛନ୍ତି । ବିଜେଡି ଦଳର ଦବଦବା ଦୃଷ୍ଟିରୁ ବର୍ତମାନର ବିଧାୟକ ଶଶୀ ଭୂଷଣ ବେହେରା ଓ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରେଇ ନିଜ ନିଜ ଆନୁଗତ୍ୟଙ୍କୁ ଏହି ପଦରେ ବସାଇବାକୁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି । ଏବେ ସୁଦ୍ଧା 5 ଜଣ ଆଶାୟୀ ଏହି ଅଧକ୍ଷ ପଦ ହାତେଇବା ପାଇଁ ପରସ୍ପର ମଧ୍ୟରେ ଟଣାଓଟରା ଚଳାଇଛନ୍ତି । ପୂର୍ବତନ ଅଧକ୍ଷ ପ୍ରଦୀପ୍ତ ମହାନ୍ତି , ଦୁର୍ଗଶିଷ ମହାନ୍ତି , ସିବ ପ୍ରସାଦ ଭୋଳଙ୍କ ସମେତ ଉପଧକ୍ଷା ସ୍ନେହଲତା ପ୍ରଧାନ ମଧ୍ୟ ଆଶାୟୀ ଡୌଡରେ ଅଛନ୍ତି । ତେବେ କୌତୁହଳ କଥାଯେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଗୋଟିଚାଳନା କରିବା ଆଭାସ ପାଇ ବର୍ତମାନର ବିଧାୟକ ଶଶିଭୂଷଣ ବେହେରା 16ରୁ ଅଧିକ ସମିତି ସଭ୍ୟଙ୍କୁ ଡକାଇନେଇ ନଜର ବନ୍ଦୀରେ ସପ୍ତାହ ହେବ ରଖିଛନ୍ତି । ଦୁଇ ବିଧାୟକ ଗୋଷ୍ଠୀ ନିଜ ଅନୁଗତ ମାନକ ଜରିଆରେ ଆବଶିଷ୍ଠ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପ୍ରଲୋଭିତକରି ସେମାନଙ୍କ ଶିବିରକୁ ଟାଣିବାର ଜୋରସୋର ଉଦ୍ୟମ ଜାରିରଖିଛନ୍ତି । ତେବେ ପୂର୍ବତନ ଅଧକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ଓ ଦୂର୍ଗାଶିଷ ମହାନ୍ତି ବିଧାୟକଙ୍କ ଲବିରୁ ଆଊଟ ହୋଇ ନିଜ ଉଦ୍ୟମରେ ଅଧକ୍ଷ ପଦ ହତେଇବା ଉଦ୍ୟମ ଜାରିରଖିଛନ୍ତି । ଅନ୍ୟପଟେ ପୁରୀର ଏକ ସୌଖୀନ ହୋଟେଲରେ ୧୬ ସମିତି ସଭ୍ୟ ଓ କିଛି ସରପଞ୍ଚଙ୍କୁ ବିଧାୟକ ଶଶିଭୂଷଣ ବେହେରାଙ୍କ ଇଙ୍ଗିତରେ ନଜରବନ୍ଦି ରଖାଯିବା ଘଟଣା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଗୋଷ୍ଠୀ ପାଗଭିଡୁଭିଡୁ ବିଧାୟକ ଶଶିଭୂଷଣକ ଗୋଷ୍ଠୀ ସଂଖ୍ୟାଧିକ ସମିତି ସଭ୍ୟଙ୍କୁ ମନାଇ ନିଜ ଶିବିରକୁ ନେବା ଘଟଣା କିଶୋର ଗୋଷ୍ଠୀଙ୍କ ପତିଆରକୁ ଘୋର ଆଞ୍ଚ ଆଣିଛି । କିଶୋରଙ୍କ ରାତି ଅନିଦ୍ରା ମୁଗୁରା ମେଲା ବୋଲି ସାଧାରଣରେ ଚର୍ଚା ହେଉଛି । ଏପଟେ ଅସନ୍ତୁଷ୍ଟ ମନକୁ ନେଇ ବିଜେପି ସମର୍ଥିତ ପ୍ରାଥି ମଧ୍ୟ ଅଧକ୍ଷ ପଦ ହତେଇବାକୁ ଉଦ୍ୟମ ଜାରି ରଖିଥିବା ଦେଖି ଖୁବ କୌତୁହଳ ସୃଷ୍ଟି କରିଛି। ବହୁ ବିବାଦରେ ଛନ୍ଦିହୋଇଥିବା ରାଜନୀତିରେ କିଏ କେନ୍ଦ୍ରାପଡା ବ୍ଲକର ଅଧକ୍ଷ ହେବ ସାଧାରଣରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।