କେନ୍ଦ୍ରାପଡା ବ୍ଲକରେ ସୌରଶକ୍ତି ପ୍ରକଳ୍ପର ଉଦଘାଟନ

132

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : — – କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ତାଙ୍କ ବିଧାୟକ ପାଣ୍ଠିରୁ କେନ୍ଦ୍ରାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ସୌରଶକ୍ତି ପ୍ରକଳ୍ପର ଉଦଘାଟନ କରିଛନ୍ତି।ଏହି ପ୍ରକଳ୍ପ ଯୋଗେ ଜିଲାର ସମସ୍ତ ୩୯ ଗୋଟି ପଞ୍ଚାୟତର କାର୍ଯ୍ୟାଳୟ ଗୃହକୁ ସୌର ଶକ୍ତି ସମ୍ପନ୍ନ କରାଯିବ।ଏହାଦ୍ୱାରା ବିଦ୍ୟୁତ ଖର୍ଚ୍ଚ ହ୍ରାସ କରାଯିବା ସହ ବାତ୍ୟା ବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।କେନ୍ଦ୍ରାପଡା ବ୍ଲକ୍ ର ୨୭ ଓ ପଟ୍ଟାମୁଣ୍ଡାଇ ବ୍ଳକର ୧୨ ଗୋଟି ପଞ୍ଚାୟତ ଏହି ପ୍ରକଳ୍ପ ରେ ଅନ୍ତର୍ଭୁକ୍ତ କରାଯାଇଛି।ପ୍ରତି ପ୍ରକଳ୍ପ ପାଇଁ ୩ ଲକ୍ଷ ୨୮ ହଜାର ୫୮ ଟଙ୍କା ବ୍ୟୟ ଅଟକଳ ହୋଇଛି।ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More