କେନ୍ଦ୍ରାପଡା ଜିଲା ପ୍ରଶାସନ ତରଫରୁ ୭୬ତମ ସ୍ଵାଧୀନତା ଦିବସ ପାଳିତ

16

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : -ଦେଶ ପାଳନ କରୁଛି ସ୍ବାଧୀନତାର ୭୬ତମ ବର୍ଷ। କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ଅତିଥି, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କୁ ମିଶାଇ ସର୍ବାଧିକ ୭୫ ଜଣଙ୍କ ମଧ୍ୟରେ ସ୍ବାଧୀନତାରଏହି ମହାନ ପର୍ବକୁ ପାଳନ କରିଛି ଜିଲ୍ଲା ପ୍ରଶାସନ।କୋଭିଡ ସଂକ୍ରମଣ ଜନିତ କଟକଣା ପାଇଁ ଚଳିତବର୍ଷ ମଧ୍ୟ ଜନସାଧାରଣଙ୍କୁ କଲେଜ ପଡିଆକୁ ଛଡା ଯାଇନାହିଁ।କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହୋତ୍ସବରେ ଯୋଗଦେଇ ନିଜ ଅଭିଭାଷଣରେ କେନ୍ଦ୍ରାପଡ଼ା ଜିଲ୍ଲା ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏଠାକାର ଅଧିବାସୀ ଠିକ ସମୟରେ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରି ପ୍ରକୃତିକ ବିପର୍ଯ୍ୟୟର ସାମ୍ନା କରିଥିବା ବେଳେ କୋଭିଡ ମହାମାରୀ ଭଳି ବିପର୍ଯ୍ୟୟକୁ ସମ୍ମୁଖୀନ ହୋଇଛନ୍ତି।ଜିଲ୍ଲାରେ ପାନୀୟଜଳ,ଯୋଗାଯୋଗ ଓ ଅନ୍ୟ ବିଭାଗ ଗୁଡିକରେ ପରିଚାଳନା ପାଇଁ ଜିଲ୍ଲା ଶତ ପ୍ରତିଶତ ଯୋଗଦାନ ରହିଛି।କୃଷି ସମେତ ଆଗାମୀ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ ଆଶା ସଞ୍ଚାର ଜିଲ୍ଲାବାସୀଙ୍କୁ ଆତ୍ମନିର୍ଭରଶୀଳ ହେବା କ୍ଷେତ୍ରରେ ସହଯୋଗ କରିଛି।ଏଥିସହିତ ମିଶନଶକ୍ତିରେ ଜିଲ୍ଲାର ମହିଳା ମାନଙ୍କ ଯୋଗଦାନ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ।ଏହି ଅବସରରେ ପ୍ରଜା ଆନ୍ଦୋଳନକୁ ସ୍ମରଣ କରି କନିକା ମାଟିର ସହୀଦ ବାଶୁ ବିସୁନି, ଆନନ୍ଦ ଚନ୍ଦ୍ର ଜେନାଙ୍କ ଭଳି ସାହସୀ ଯୋଦ୍ଧାଙ୍କ ଅବଦାନ ବିଷୟରେ ମତବ୍ୟକ୍ତ କରିଥିଲେ ଜିଲ୍ଲାପାଳ।ଏକତାର ମନ୍ତ୍ର, ସ୍ବାଧୀନତାର ବାସ୍ତବ ମୂଲ୍ୟବୋଧ ସମ୍ପର୍କରେ କହି ଆମେ ସଭିଏଁ ଏକ ଓ ଅଭିନ୍ନ ବୋଲି କହିଛନ୍ତି ଜିଲ୍ଲାପାଳ।ପୂର୍ବାହ୍ନ ୯.୧୫ ମି. ସମୟରେ ଜିଲ୍ଲାପାଳ ଜାତୀୟ ପତାକାକୁ ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପୋଲିସର ଦୁଇଟି ଦଳ ଅଭିବାଦନ ଗ୍ରହଣ କରିଥିଲେ ଜିଲ୍ଲାପାଳ।ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ,ସଫେଇ କର୍ମଚାରୀ,କୃତୀ ଛାତ୍ରଛାତ୍ରୀଙ୍କ ଭଳି ୨୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More