କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୨୭ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ଆଜି କେନ୍ଦ୍ରାପଡା ଅର୍ବାନ କୋ- ଅପରେଟିଭ୍ ବ୍ୟାଙ୍କ ଲିଃ ତରଫରୁ ୨୭ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସାଧାରଣ ସଭା ରେ ନୂତନ କରି ଚୟନ ହୋଇଥିବା ଡାଇରେକ୍ଟର ମାନଙ୍କ ସହିତ ସଭାପତି ଗୁରୁପ୍ରଶାଦ ମହାନ୍ତି ଏବଂ ବ୍ୟାଙ୍କ କର୍ମଚାରୀ ଓ ବହୁ ବ୍ୟାଙ୍କ ଭାଗୀଦାରୀ ଜମାକାରୀ ମାନେ ଏହି ସଭାରେ ଯୋଗ ଦେଇଥିଲେ ।୨୭ ତମ ବାର୍ଷିକ ସାଧାରଣ ସଭା ରେ ଗୁରୁପ୍ରଶାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । କରୋନା ପାଇଁ ଗତ ଦୁଇବର୍ଷ ହେବ ବ୍ୟାଙ୍କ ଅବସ୍ଥା ସେତେଭଲ ନଥିଲା । ଆଗକୁ ବ୍ୟାଙ୍କର କାରବାର ରେ କିପରି ସୁଧାର ଆସିବ, ଋଣ ନେଇଥବା ଲୋକ ମାନଙ୍କଠାରୁ ଋଣ କିପରି ଆଦାୟ ହେବ, ଲୋକମାନକୁ କିପରି ଅଧକରୁ ଅଧିକ ଋଣ ଦିଆଯାଇ ପାରିବ, ଅସ୍ଥାୟୀ ଭାବେ ନିଯୁକ୍ତି ହୋଇଥିବା କର୍ମଚାରୀ ମାନଙ୍କୁ କିପରି ସ୍ଥାୟୀ ହେବେ ଉକ୍ତ ସଭାରେ ଆଲୋଚନା ହୋଇଥିଲା । ପୁର୍ବତନ ସଭାପତିଙ୍କ ସମୟରେ ହୋଇଥିବା ଅଡିଟ୍ ରିପୋର୍ଟକୁ ଆଜିର ବୈଠକରେ ନାପସନ୍ଦ କରିଥିଲେ ସମସ୍ତ ଡାଇରେକ୍ଟର ।ଏହି ସଭାରେ ଉପସଭାପତି ଡଃ ଅପର୍ଣ୍ନା ମହାନ୍ତି, ଓ କର୍ପୋରେଟର ରଶ୍ମିରଞ୍ଜନ ଚୈଧୁରୀ,ବିଦୁଭୁଷଣ ମହାପାତ୍ର, ମହେନ୍ଦ୍ର ପରିଡ଼ା, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ସଂଗ୍ରାମ ମଲ୍ଲିକ,ଶ୍ରୀକାନ୍ତ ନାୟକ, ସୁଧାଂଶୁଶେଖର ପ୍ରତାପ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ପୁର୍ବତନ ସଭ୍ୟ ଫକୀର ଚରଣ ଖଟୁଆ ଓ ହଳଧର ସେଠୀ ମଧ୍ୟ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More