କେନ୍ଦ୍ରାପଡାରେ ପାଇଖାନା ଘୋଟଲା,ଭୁସୁଡ଼ିଲା କ୍ଵାରେଣ୍ଟାଇନ୍ ସେଣ୍ଟରରେ ନିର୍ମିତ ପାଇଖାନା

37

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଲକ୍ ଡାଉନରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ଥିବା ପ୍ରବାସୀଙ୍କ ରହିବାରେ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ କୋଟି କୋଟି ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ପଞ୍ଚାୟତରେ ଦାୟିତ୍ଵ ଥିବା ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସରକାର କରୋନା ମୁକାବିଲା ପାଇଁ ଦେଇଥିବା ଅର୍ଥ ହରିଲୁଟ କରିବା ଆରମ୍ଭ କରିଦେଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରେ ପାଇଁ ନିମ୍ନ ମାନର ସମାଗ୍ରୀ କିଣି ତାହାକୁ ଚଢାଦରରେ କିଣିଥିବା ଦର୍ଶାଇ ଅର୍ଥ ଲୁଟ କରୁଛନ୍ତି ।ହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର କୋଇଲିପୁର ପଞ୍ଚାୟତରେ । କୋଇଲିପୁର ପଞ୍ଚାୟତର ଗଜରାଜପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କ ପାଇଁ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରର ପାଇଖାନା ନିର୍ମାଣ ସରିବା ପରେ ଭୁସୁଡି ପଡିଛି । ଏହି ବିଦ୍ୟାଳୟରେ ପ୍ରବାସୀଙ୍କ ପାଇଁ ୩ ଟି ପାଇଖାନା ତିଆରି ହେଉଥିଲା କିନ୍ତୁ ସବୁଠୁ ବଡ କଥା ହେଉଛି ମାତ୍ର ଗୋଟିଏ ଦିନରେ ପାଇଖାନା କାମ ସାରି ଆଜବେଷ୍ଟସ ପକାଇଦେଲେ । ଆଉ ନିର୍ମାଣର କିଛି ସମୟ ମଧ୍ୟରେ ଭୁଷୁଡି ପଡିଲା ପାଇଖାନା । ଯାହା ପଞ୍ଚାୟତ ସରପଞ୍ଚ ଏବଂ ନିର୍ମାଣ ଦାୟିତ୍ଵରେ ଥିବା ସଂସ୍ଥାର ଅତି ନିମ୍ନମାନର କାମକୁ ପଦାରେ ପକାଇଛି । କରୋନା ଭଳି ବିପର୍ଯ୍ୟୟ ସମୟରେ ମଧ୍ୟ କିପରି ପଞ୍ଚାୟତକଚ ଆସୁଥିବା ଅର୍ଥକୁ ହରିଲୁଟ କରାଯାଉଛି ତାହା ଏହି କାମରୁ ସ୍ପଷ୍ଟ ବାରିହୋଇପଡିଛି ।କେବଳ ଏହି ଗୋଟିଏ କ୍ବାରେଣ୍ଟାଇନ ସେଣ୍ଟର ନୁହେଁ ପଞ୍ଚାୟତରେ କରାଯାଇ୍‌ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଏପରି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି । ପାଇଖାନା କାମରେ ବାଲି ପକାଯାଇ ସିମେଣ୍ଟ ଘୋଳ ଢାଳିଦେଇ କାମ ହେଉଛି । ତେବେ ଭାଗ୍ୟ ଭଲ ଗଜରାଜପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ପାଇଖାନା ବ୍ୟବହାର ପୂର୍ବରୁ ଭୁଷୁଡି ପଡିଛି । ନଚେତ ପ୍ରବାସୀ ପାଇଖାନା ବ୍ୟବହାର କରିବା ସମୟରେ ଏପରି ହୋଇଥିଲେ ଧନଜୀବନ ହାନି ହେବାର ସମ୍ଭାବନା ରହିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More