କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲାର ପୌରପାଳିକା ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା । ଏହି ସେବା ଜରିଆରେ ମୋବାଇଲ କଲରେ ରୋଗୀ ମାନଙ୍କୁ ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯାଉଛି । ଏହି ସେବା କେନ୍ଦ୍ରରେ ଦୁଇଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି କରାଯାଇଛି । ଏମାନେ ସପ୍ତାହରେ ସୋମବାର ରୁ ଶନିବାର ପର୍ଯ୍ୟନ୍ତ ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଦାୟିତ୍ୱ ତୁଲାଉଛନ୍ତି । ରୋଗୀମାନଙ୍କ କଲ ରେକର୍ଡ କରାଯାଇ ଡାକ୍ତର ମାନଂକୁ ପରାମର୍ଶ ପାଇଁ କଲ ଫରୱାର୍ଡ଼ କରାଯାଉଛି । ଏହାଦ୍ୱାରା ଚିକିତ୍ସାଳୟ ରୁ ରୋଗୀଙ୍କ ଭିଡ କମାଇବା ପାଇଁ, ଘରେ ଥାଇ ଯେଭଳି ଲୋକ ମାନେ ଡାକ୍ତରୀ ପରାମର୍ଶ ପାଇପାରିବେ ସେଥି ପାଇଁ ଟେଲି ମେଡ଼ିସିନ ସେବା ଆରମ୍ଭ ହୋଇଛି । ଏହାକୁ ଜନ ସାଧାରଣରେ ସ୍ୱାଗତ କରାଯାଇଛି । କୋଭିଡ ସଂକ୍ରମଣ ରୋକିବା ପାଇଁ ଏହି ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ସିଡିଏମଓ କହିଛନ୍ତି ଏବଂ କେନ୍ଦ୍ରାପଡ଼ାର ଜଣସାଧାରଣ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇ ଛନ୍ତି ।