କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଶୁକ୍ରବାର ଗଡ଼ିଛି। ତେଣୁ କେନ୍ଦ୍ରାପଡ଼ା ଜିଲାକୁ ଏଣିକି ଲୋକମାନେ ଟ୍ରେନରେ ଆସିପାରିବେ। ଏହି ରେଳପଥରେ ରେଳ ଚାଲିବା ପରେ କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଆଶା ପୁରଣ ହୋଇପାରିଛି। ତେଣୁ କେନ୍ଦ୍ରାପଡ଼ାର ବିଭିନ୍ନ ମହଲରୁ ରେଳବାଇକୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।