କେନ୍ଦ୍ରାପଡ଼ା ସାମ୍ବାଦିକଙ୍କୁ ଆକ୍ରମଣକୁ ଘଟଣା , ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ହରିଚନ୍ଦନପୁର ପ୍ରେସ କ୍ଲବ

40

Get real time updates directly on you device, subscribe now.

ହରିଚନ୍ଦନପୁର (ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡା ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ଉପରେ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦାକରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ହରିଚନ୍ଦନପୁର ପ୍ରେସ କ୍ଲବ । ପୁରୀ ପରେ ନିକଟରେ କେନ୍ଦ୍ରାପଡାରେ ଖବରଦାତାଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଉଥିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଖବର ସଂଗ୍ରହ କରୁଥିଲେ । ଠିକ୍ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳା କନେଷ୍ଟବଳ ପିନୁ ନାୟକ ନିଜ ମୁହଁରେ ମାକ୍ସି ପିନ୍ଧିନଥିବାରୁ ୱେବ ମିଡିଆର ପ୍ରତିନିଧି ଭୀମସେନ ସେଠୀ ସେହି ଦୃଶ୍ୟକୁ ନିଜ କ୍ୟାମେରାରେ ଉଠାଇ ତାହାକୁ ବିଭିନ୍ନ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ମହିଳା କନେଷ୍ଟବଳ ପିନୁ ନାୟକ ସେଠାରେ ସର୍ବସମ୍ମୁଖରେ ଭୀମସେନଙ୍କ ଗାଲରେ ଚାପୁଡା ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ଆଜି ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ର ଦେବା ସମୟରେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ନାଏକ, ସମ୍ପାଦକ ଶ୍ରୀ ନିବାସ ପାଇକରାୟ, ପ୍ରେମାନନ୍ଦ ଦାସ, ରାମଚନ୍ଦ୍ର ନାଏକ, ପରେଶ କୁମାର ସେଠୀ, ଲକ୍ଷଣ କୁମାର ମହାନ୍ତ, ଅନିଲ ସାହୁ, କୃଷ୍ଣଚନ୍ଦ୍ର ବେହେରା, ଭବାନୀ ପ୍ରସାଦ ମହାନ୍ତ , ଘନଶ୍ୟାମ ଜେନା, ନିଗମ ପ୍ରସାଦ ସାହୁ, ଉଦୟନାଥ ପାତ୍ର, ମନୋଜ କୁମାର ମହାନ୍ତ, ଉତ୍ତମ କୁମାର ଗିରୀ, ନିତ୍ୟାନନ୍ଦ ସାହୁ, ଦୁଷ୍ମନ୍ତ ମହାକୁଡ଼ଙ୍କ ସହ ୨୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି କୋଭିଡ ନିୟମ ପାଳନ କରି ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More