କେନ୍ଦ୍ରାପଡ଼ା ସମ୍ବାଦିକଙ୍କ ଉପରେ ମହିଳା କନେଷ୍ଟବଳଙ୍କ ଆକ୍ରମଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ରାଉରକେଲା (ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ରେ ମହିଳା କନେଷ୍ଟବଳ ଜଣେ କର୍ତ୍ତବ୍ୟରତ Web News ର ସାମ୍ବାଦିକ ଙ୍କୁ ପୋଲିସ ଅଧିକାରୀ, ବିଜେପି ନେତା ମାନଙ୍କ ଉପସ୍ଥିତିରେ ସର୍ବସମ୍ମୁଖରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଘଟଣା ଏବେ ସବୁଆଡେ ଜୋରରେ ଭାଇରାଲ ହେଉଛି। ମହିଳା କନେଷ୍ଟବଳ ଙ୍କ ଏତାଦୃଶ କାର୍ଯ୍ୟ ସମସ୍ତ ପୋଲିସ ବିଭାଗ କୁ ବଦନାମ କରିଛି। ରାଉରକେଲା ଓ୍ବବମିଡିଆ ସାମ୍ବାଦିକ ସଂଘ ଏହି ଘଟଣା କୁ ଦୃଢ ନିନ୍ଦା କରିବା ସହ ଏହି ଘଟଣା ରେ ସଂପୃକ୍ତ ମହିଳା କନେଷ୍ଟବଳ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଏକ ସ୍ମାରକପତ୍ର ରାଉରକେଲା ଏସପି ଶ୍ରୀ ମୁକେଶ କୁମାର ଭାମୋ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ରାଉରକେଲା ଓ୍ବବମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ମାନେ ମିଳିତ ଭାବେ ଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ଏସପି ଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଓ୍ବବମିଡିଆ ସାମ୍ବାଦିକ ସଞ୍ଜୀବ ନାୟକ,ବିଜୟ ପ୍ରଧାନ,ଅନନ୍ତ ପଟ୍ଟନାୟକ,ମିଷ୍ଟର ପାଇଲଟ,ନିତେଶ କୁମାର,ମୈସୁମି ମିଶ୍ର, ଅମ୍ରିତା ପ୍ରିୟଦର୍ଶିନୀ ବେଉରା, ମୃତ୍ୟୁଞ୍ଜୟ ଦାଶ, ହରପ୍ରିୟା କିଷାନ,ଗାନ୍ଦୁର ଓରାମ, ଦିଲୀପ ଶର୍ମା,ରମେଶ ଚନ୍ଦ୍ର ବିଷୋୟୀ,ଶୁଭମ୍ ସିଂ,ସୁବାଷ କୁମାର ଗୁପ୍ତା,ଲବ କିଶୋର ନାୟକ,ବିବେକ ଅଗ୍ରୱାଲ, ବିଶ୍ବଜିତ ମଲ୍ଲିକ,ଅମୀତ କୁମାର ଜେନା, ଶୈଳେନ୍ଦ୍ର କୁମାର ସାହୁ,ରାଜୁ ପାତ୍ର ଓ ଇନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।