କେନ୍ଦ୍ରାପଡ଼ା ଫରେଷ୍ଟ ଅଫିସରେ ରେଞ୍ଜର ଗୋବିନ୍ଦ ରଥଙ୍କ ଚାଲିଛି ଦାଦାଗିରି, ବିନା ନୋଟିସରେ ପାରା ଷ୍ଟାଫଙ୍କୁ ଚାକିରିରୁ ବହିଷ୍କାର

34

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) -: କେନ୍ଦ୍ରାପଡ଼ା ଫରେଷ୍ଟ ଅଫିସ ରେଞ୍ଜର ଙ୍କ ନାଁରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ. ଦୀର୍ଘ ସାତ ବର୍ଷ ହେବ ପାରା ଷ୍ଟାଫ ଭାବରେ କେନ୍ଦ୍ରାପଡ଼ା ଫରେଷ୍ଟ ଅଫିସରେ କାମ କରିଆସୁଥିବା ଶ୍ରୀକାନ୍ତ ଦାସ ନାମକ ବ୍ୟକ୍ତି ଙ୍କୁ ବିନା କାରଣରେ ଚାକିରୀରୁ ବହିସ୍କୃତ କରାଯାଇଛି. ଏକଥା ଆମେ କହୁନୁ ଆଜ୍ଞା ଏକଥା କହୁଛନ୍ତି ଖୋଦ ଚାକିରିରୁ ବାହାରିଥିବା ଶ୍ରୀକାନ୍ତ ଦାସ. ଫରେଷ୍ଟ ଅଫିସର ଜଣେ ପୁରୁଣା ଷ୍ଟାଫ ସାଙ୍ଗକୁ ଚାକିରୀ ଜଣେ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ କେମିତି ରେଞ୍ଜର ଗୋବିନ୍ଦ ରଥ ତାଙ୍କୁ ଚାକିରିରୁ ବାହାର କଲେ. ଏବୟସରେ ଶ୍ରୀକାନ୍ତ କରିବେବା କଣ ଗୋବିନ୍ଦ ବାବୁଙ୍କ ଏଭଳି କାର୍ଯ୍ୟ ଜନ ମାନସରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଏଠି ଗୋବିନ୍ଦ ବାବୁଙ୍କ ଦାଦା ଗିରି ଚାଲିଛି ପୁରା ଖୁଲମ ଖୁଲା ଦାଦା ଗିରି ଲାଗୁଛି ଗୋବିନ୍ଦ ବାବୁଙ୍କ ପଛରେ କୋଉ ବଡ ବଡ଼ିଆ ନେତାଙ୍କ ହାତ ଅଛି ନହେଲେ ଗୋବିନ୍ଦ ବାବୁଙ୍କ ଏମିତି ହୁଅନ୍ତେ.ଶ୍ରୀକାନ୍ତ ଙ୍କୁ କୌଣସି କାରଣ ନଦର୍ଶାଇ ରେଞ୍ଜର ଗୋବିନ୍ଦ ରଥ ଚାକିରିରୁ କାଢିଛନ୍ତି. ସୂଚନା ଅନୁସାରେ ଗୋବିନ୍ଦ ରଥ ଙ୍କ କେନ୍ଦ୍ରାପଡ଼ା ରୁ ବଦଳି ହୋଇଥିବା ବେଳେ ଗୋବିନ୍ଦ ଚଞ୍ଚକତା କରି ନେତା ମନ୍ତ୍ରୀ ମାନଙ୍କୁ ଧରି ନିଜ ବଦଳି ରୋକିଛନ୍ତି. ସରକାରଙ୍କ ଦ୍ୱାରା ପ୍ଲାଣ୍ଟସନ ବାବଦକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ରେଞ୍ଜର ଗୋବିନ୍ଦ ରଥ ଆତ୍ମ ସାତ କରିଥିବାର ଅଭିଯୋଗ ହୋଇଛି. ସବୁଠାରୁ ବଡ଼କଥା ହେଲା ଗୋବିନ୍ଦ ଙ୍କ ନାଁରେ ଏତେ ଅଭିଯୋଗ ଥାଇ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ କାହିଁକି ତାହା ଚର୍ଚାର ମୁଖ୍ୟ ବିଷୟପାଲଟିଛି.ଏ ସମ୍ପର୍କରେ କଟକ ଉପଖଣ୍ଡ DFO ଙ୍କୁ ଗତ ବର୍ଷ ସିଦ୍ଧା ସଳଖ ପଚାରାଯାଇଥିଲେ ମଧ୍ୟ DFO କୌଣସି ଉତ୍ତର ଦେଇନଥିଲେ. ଗୋବିନ୍ଦ ରଥ ଙ୍କ ଦିନକୁ ଦିନ ଦୌରାତ୍ମକ ବଢ଼ିବାରେ ଲାଗିଛି ମନ ଇଚ୍ଛା ଦୁର୍ନୀତି କରୁଛନ୍ତି. ଯଦି କୌଣସି ଷ୍ଟାଫ ତାଙ୍କ ଦୁର୍ନୀତି ବିଷୟରେ ଜାଣୁଛନ୍ତି ତେବେ ରେଞ୍ଜର ଗୋବିନ୍ଦ ରଥ ତୁରନ୍ତ ସେହି ଷ୍ଟାଫକୁ ଚାକିରିରୁ ବହିଷ୍କାର କରୁଛନ୍ତି ଯାହା ଅଭିଯୋଗ ହୋଇଛି. ପୂର୍ବରୁ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ହରିଣ, ଚିଲ, ଗୁଡିକୁ ଖାଦ୍ୟ ନଦେଇ ମାରିଦେଇଥିବାର ମଧ୍ୟ ଆମେ ଆଗରୁ ନ୍ୟୁଜ ମାଧ୍ୟମରେ ଦେଖାଇଛୁ.ଚୋରା କାଠ ଚାଳନା ଠାରୁ ଆରମ୍ଭ କରି ପ୍ଲାଣ୍ଟସନ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ଥାଇମଧ୍ୟ ଗୋବିନ୍ଦ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ. କଣ ପାଇଁ ଗୋବିନ୍ଦ ଙ୍କ ବନ ବିଭାଗ ଉପରେ ନାଁ ଏ ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଛି ତାହା କହିବା ବଡ କଷ୍ଟକର. ପାରା ଷ୍ଟାଫ ଶ୍ରୀକାନ୍ତ ଙ୍କ କହିବା କଥା ଫରେଷ୍ଟ ଅଫିସରେ 10 ଜଣ ପାରା ଷ୍ଟାଫ ଦରମା ଆସୁଥିବା ବେଳେ 9 ଜଣ ପାରା ଷ୍ଟାଫ ଅଛନ୍ତି, ତେବେ ଆଉଜଣେ ପାରା ଷ୍ଟାଫ ପଇସା ନଉଛି କିଏ ଗୋବିନ୍ଦ ବାବୁ ନୁଁହେନ୍ତ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More