କେନ୍ଦ୍ରାପଡ଼ା ପୁରୁଣା ମେଡିକାଲରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ପୁନର୍ବାସ ଉଦଘାଟିତ

154

Get real time updates directly on you device, subscribe now.

କେନ୍ଦ୍ରାପଡ଼ାସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସକେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଡଃ ବିରେନ୍ଦ୍ର କୁମାରଙ୍କ କରକମଳରେ VC ମାଧ୍ୟମରେ ଉଦ୍ଦଘାଟିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପୁରୁଣା ଜିଲ୍ଲା ମେଡିକାଲ ପରିସରରେ ଏକ ଦୁଇ ମହଲା ବିଶିଷ୍ଠ କୋଠାରେ ଏକ ବର୍ନାଧୂହ ପରିବେଶରେ ଉଦ୍ଦଘାଟିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା, ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ଗୀତାଞ୍ଜଳି ସେଠୀ,ଜିଲ୍ଲାପାଳ, ଶ୍ରୀଯୁକ୍ତ ସୁର୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲାପାଳ ସାଧାରଣ ଶ୍ରୀଯୁକ୍ତ ପୀତାମ୍ବର ସାମଲ,ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରିଣୀ ଡଃ ଶ୍ରୀମତୀ ଅନିତା ପଟ୍ଟନାୟକ, ଦୁଇ ଅତିରିକ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ଡଃ ସଚିଦାନନ୍ଦ ମିଶ୍ର ଓ ଡଃ ନୁପେନ ଶତପଥ୍ ତଥା ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଭାସୀ ମାଧ୍ୟମ ରେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଦୁଇ ଭିନ୍ନକ୍ଷମଙ୍କୁ ଦୁଇଟି ବେଟାରି ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ପରିସରରେ ନୂତନ ଭାବେ ସ୍ଥାପନ କରାଯାଇଥିବା ଯନ୍ତ୍ରାଂଶ ଗୁଡିକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ନିଯୁକ୍ତ ପାଇଥିବା ବୈଷୟିକ ଅଧିକାରୀ ମାନେ କିଭଳି ଜିଲ୍ଲାର ଭିନ୍ନକ୍ଷମ ମାନେ ଏଠାରେ ସେମାନଙ୍କର ସହାୟକ ଉପକରଣ, କୃତିମ ଅଙ୍ଗ ପ୍ରତ୍ୟଙ୍ଗ, ଭୌତିକ ଓ ଶାରୀରିକ ଚିକିତ୍ସା ସହଜରେ ଓ ମାଗଣାରେ ପାଇପାରିବେ ସମସ୍ତଙ୍କୁ ବୁଝାଇଥିଲେ । ଏହା ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ନୂତନ ସୋପାନ ଓ ଏହି ସୋପାନ ସ୍ଥାପିତ ହେବା ଫଳରେ ଆଉ କେହି ଭିନ୍ନକ୍ଷମ ବାହାର ଜିଲ୍ଲାକୁ ଉପରୋକ୍ତ ସହାୟତା ପାଇଁ ଯିବେନାହିଁ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସ୍ବତନ୍ତ୍ର ବିଦ୍ୟାଳୟର କର୍ମଚାରି, କାର୍ଯ୍ୟକ୍ରମ ନିର୍ବାହ କରିବାକୁ ନେଇଥିବା ସଂସ୍ଥା GITA ର କର୍ମକର୍ତ୍ତା ଓ କର୍ମଚାରିମାନେ ସର୍ବୋପରି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗରେ ସମସ୍ତ କର୍ମଚାରୀ ମାନେ ଅଦମ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଈଥିଲେ । ଶେଷରେ ଉପଖଣ୍ଡ ସାମାଜିକସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ସଦରମହକୁମା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More