କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିରେ ହିତାଧିକାରୀ ମାନଙ୍କୁ BSKY ନବୀନ କାର୍ଡ ବଣ୍ଟନ

129

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ବନ୍ଦନା କଟୁଆଙ୍କ ଅଦକ୍ଷତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶଶୀଭୁଷଣ ବେହେରା ଉପସ୍ଥିତ ତିନିଟି ପଞ୍ଚାୟତ ଗୁଲନଗର, କପାଳେଶ୍ବର ଓ ଶ୍ୟାମାସୁନ୍ଦରପୁର ହିତାଧିକାରୀ ମାନଙ୍କୁ BSKY ନବୀନ କାର୍ଡ ବଣ୍ଟନ କରିଥିଲେ I କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ 27 ଗୋଟି ପଞ୍ଚାୟତର ପାଞ୍ଚ ହଜାର ହିତାଦିକାରୀ ମାନେ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 4500 ଲୋକଙ୍କ କାର୍ଡ ମଞ୍ଜୁରୀ ହୋଇଥିଲା I ସେଥି ମଧ୍ୟରୁ ଆଜି ବ୍ଲକ ପରିସରରେ 188 ଜଣ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ବେହେରା ଦ୍ୱାରା BSKY କାର୍ଡ ବଣ୍ଟନ କରାଯାଇଥିଲା I ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ଜନହିତକାରି ଯୋଜନା ଗୁଡିକୁ ସାଧାରଣରେ ପହଂଚିବାକୁ ନେଇ ପ୍ରଶଂସା କରାଯାଇଛି I ଇତି ମଧ୍ୟରେ ରାସନ କାର୍ଡରୁ ବଞ୍ଚିତ ଥିବା ପରିବାର ବର୍ଗରଙ୍କୁ BSKY ନବୀନ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା I ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଲକ୍ଷ ସାଧାରଣ ଖଟିକିଆ ଗରିବ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ମୃତ୍ୟବରଣ ନକରନ୍ତୁ I ଆମ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ 10 ଲକ୍ଷ ସ୍ୱାସ୍ଥ୍ୟ ବୀମା କରିଥିବା ବେଳେ ପୁରୁଷ ମାନଙ୍କ ପାଇଁ ପାଞ୍ଚ ଲକ୍ଷ ସ୍ୱାସ୍ଥ୍ୟ ସୁବିଧା କରିଛନ୍ତି I ତେଣୁ ଆଗରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ବ୍ୟତିକ୍ରମ ଦେଖାଯାଉଥିଲା ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ BSKY କାର୍ଡ ଦ୍ୱାରା ଆଶ୍ବସ୍ତି ମିଳିପାରିଛି I କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଦକ୍ଷା ଶ୍ରୀମତୀ ସସ୍ମିତା ସେଠୀ, ଉପାଦକ୍ଷ ପ୍ରତାପ ନାରାୟଣ ମହାପାତ୍ର ମଞ୍ଚାସିନ ଥିବା ବେଳେ ଗ୍ରାମ ପଞ୍ଚାୟତ ଅଧିକାରୀ ଶୁଭ୍ରଜିତ ରାଉତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟୟରେ ବିଡ଼ିଓ ବନ୍ଦନା ଖଟୁଆ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More