କେନ୍ଦ୍ରାପଡ଼ା ନୂତନ ମେଡିକାଲରେ ଭୟାନକ ଦୃଶ୍ୟ, ଅଳ୍ପକେ ବର୍ତିଲେ ୧୦ ଶିଶୁ

31

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : – -ଉଦଘାଟନର ମାତ୍ର ମାସ କେଇଟା ପରେ ଛାତରୁ ଖସିଲା କଂକ୍ରିଟ,ଆତଙ୍କିତ ଶିଶୁ ମାନଙ୍କର ସମ୍ପର୍କୀୟ।ଗତ ଜାନୁଆରୀ ୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡ଼ିଆକୁ ସ୍ଥାନାନ୍ତର କରାଯିବା ପରେ ଶିଶୁ ବିଭାଗକୁ ଏହାର ଦେଢମାସ ପରେ ସ୍ଥାନାନ୍ତର କରାଯାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ବିଲ୍ଡିଂ ପରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର ଏବଂ ଏହା ପରେ ସଂକ୍ରମକ ବିଭାଗରେ ଶିଶୁ ମାନଙ୍କ ପାଇଁ ନ୍ୟୁଟ୍ରି ରିହାବିଲେସନ ସେଣ୍ଟର(NRC) ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଏହି ବିଲ୍ଡିଂର ଛାତରୁ କଂକ୍ରିଟ ଖସିଥିଲା।ଏହି ସମୟରେ NRC ରେ ମୋଟ ୧୫ ଜଣ ଶିଶୁ ଚିକିତ୍ସିତ ହେଉଥିବା ବେଳେ ସୌଭାଗ୍ୟବଶତଃ ଏହି କଂକ୍ରିଟ ରୋଗୀ ଶଯ୍ୟା ଉପରେ ନପଡ଼ି ତଳେ ପଡିଥିଲା।ଏହି କଂକ୍ରିଟ ପଡିବା ଫଳରେ ଶିଶୁ ମାନଙ୍କ ସମ୍ପର୍କୀୟ ଦୌଡାଦୌଡ଼ି କରି ପଳାଇଥିବା ବେଳେ ଧାଁ ଧୋଉଡ଼ ଲାଗିଥିଲା ବେଳେ ମାର୍ଶାଘାଇ ବ୍ଲକ ରଙ୍କାଳ ଗ୍ରାମର ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ତାଙ୍କ ମା କହିଛନ୍ତି ।କେନ୍ଦ୍ରାପଡ଼ାରେ ଏହି ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର ଖୋଲାଯିବା ପାଇଁ ୨୦୧୪ ମସିହାରେ ଶୁଭ ଦିଆଯାଇଥିବା ବେଳେ ପୂର୍ତ୍ତ ବିଭାଗ ଏହି କାମକୁ ଦୀର୍ଘଦିନ ଧରି ଠିକା ସଂସ୍ଥା ମାଧ୍ୟମରେ ବର୍ଷ ପରେ ବର୍ଷ ଗଡାଇଥିଲା।ତେବେ ଆଜିର ଏହି ଘଟଣା ପରେ ଶିଶୁ ରୋଗୀ ସମ୍ପର୍କୀୟମାନେ ଭୟଭୀତ ହୋଇଥିବା ବେଳେ ଶିଶୁ ରୋଗୀଙ୍କ ସମ୍ପର୍କୀୟ ସରକାରୀ ହସ୍ପିଟାଲ ଛାଡି ନିଜ ନିଜର ଶିଶୁଙ୍କୁ ନେଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି।ଅନ୍ୟପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହି ଦୁଇ ଅଧିକାରୀ ଫୋନ ଉଠାଇ ନାହାନ୍ତି।ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ ଜୋର ଦାର ପ୍ରତିବାଦ କରିଛନ୍ତି ! କେନ୍ଦ୍ରାପଡ଼ାରୁ ସୁନନ୍ଦା ଭୂୟାଁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More