କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି

20

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) :କେନ୍ଦ୍ରାପଡ଼ା ଜିଲ୍ଲା ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଉପନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରକାନ୍ତ ନାୟକ ଙ୍କୁ ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ବର କୁ ବଦଳି ହୋଇଅଛି। ଶ୍ରୀ ଚନ୍ଦ୍ରକାନ୍ତ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶଳାୟ ରେ ପ୍ରେସ ଏବଂ ମିଡ଼ିଆ ଦାୟିତ୍ବ ରେ କାର୍ଯ୍ୟଭାର ଗ୍ରହଣ କରିବେ। ଶ୍ରୀ ନାୟକ ଜଣେ ଦକ୍ଷ ଅଧିକାରୀ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସଫଳତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରି ବେଶ୍ ଜନାଦୃତ ହାସଲ କରିବା ସହ ରାଜ୍ୟସରକାରଙ୍କର ଜଣେ ଦକ୍ଷ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଜକୁ ପ୍ରତିପାଦିତ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି। ଶ୍ରୀ ଚନ୍ଦ୍ରକାନ୍ତ ନାୟକ ଉପ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ କେନ୍ଦ୍ରାପଡା ଜିଲ୍ଲାରେ ଦୀର୍ଘ ୫ବର୍ଷ ଧରି ସଫଳତାର ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର ଦାୟିତ୍ବ ନିର୍ବାହ କରି ପ୍ରଶାସନିକ ସ୍ତରରେ ଏବଂ ଜନସାଧାରଣ ଙ୍କ ମଧ୍ୟରେ ପ୍ରିୟଭାଜନ ହୋଇ ପାରିଛନ୍ତି। କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତ ଙ୍କ ସହ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ !!

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More