କେନ୍ଦ୍ରାପଡ଼ା ଜିଲ୍ଲାର ୯୫ଟି ବିଦ୍ୟାଳୟକୁ 5T ଆଧାରରେ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

10

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଦ୍ଵିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର 95ଟି ବିଦ୍ୟାଳୟକୁ 5T ଆଧାରରେ ସମର୍ପିତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତବର୍ଷ ନଭେମ୍ବର 20 ତାରିଖରେ ଜିଲ୍ଲାର 30ଟି ବିଦ୍ୟାଳୟ ରୂପାନ୍ତରଣ କରାଯାଇଥିଲା। ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିବା 95ଟି ସ୍ମାର୍ଟ ହାଇସ୍କୁଲ ମଧ୍ୟରେ ଆଳି ବ୍ଲକର 9ଟି ସରକାରୀ ଓ ଗୋଟିଏ ବ୍ଲକ ଗ୍ରାଣ୍ଟ,ଡେରାବିଶ୍ ବ୍ଲକର 9ଟି ସରକାରୀ, ଗରଦପୁର ବ୍ଲକର 7ଟି ସରକାରୀ,କେନ୍ଦ୍ରାପଡ଼ା ବ୍ଲକର 12ଟି ସରକାରୀ ଓ ଗୋଟିଏ ବ୍ଲକଗ୍ରାଣ୍ଟ,ମହାକାଳପଡ଼ା ବ୍ଲକର 7ଟି ସରକାରୀ, ଗୋଟିଏ ଅନୁଦାନ ପ୍ରାପ୍ତ ଓ ଗୋଟିଏ ବ୍ଲକଗ୍ରାଣ୍ଟ,ମାର୍ଶାଘାଇ ବ୍ଲକର 11ଟି ସରକାରୀ ଓ ଗୋଟିଏ ଅନୁଦାନପ୍ରାପ୍ତ,ପଟ୍ଟାମୁଣ୍ଡାଇ ବ୍ଲକର 14ଟି ସରକାରୀ,ରାଜକନିକା ବ୍ଳକର 12ଟି ସରକାରୀ ବିଦ୍ୟାଳୟ ସମେତ ରାଜନଗର ବ୍ଲକର 9ଟି ବିଦ୍ୟାଳୟ ମୋଟ 9ଟି ବ୍ଲକର 95ଟି ସରକାରୀ, ଅନୁଦାନପ୍ରାପ୍ତ ଓ ବ୍ଲକଗ୍ରାଣ୍ଟ ବିଦ୍ୟାଳୟକୁ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଆଜି କେନ୍ଦ୍ରାପଡ଼ା ଇଚ୍ଛାପୁର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବଙ୍କ ସମେତ ଜିଲ୍ଲାର ଅନ୍ୟ 3 ବିଧାୟକ, ଜିଲ୍ଲାପାଳ ଓ ଇଚ୍ଛାପୁର ସ୍ମାର୍ଟ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଅନନ୍ୟା ଅନୁପ୍ରିୟା ସାହୁ ସଭାମଞ୍ଚରେ ଉପସ୍ଥିତ ରହି ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ରାଜନଗର ବିଧାୟକ ଧୃବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତରେ କଣ ହେବା ପ୍ରଶ୍ନର ଉତ୍ତରରେ ଛାତ୍ରୀ ଅନନ୍ୟା ଭବିଷ୍ୟତରେ ଜଣେ IAS ଅଧିକାରୀ ହେବେ ବୋଲି କହିଥିଲେ। ଜିଲ୍ଲାରେ ଆଜିର ଲୋକାର୍ପଣକୁ ମିଶାଇ ମୋଟ 125ଟି ବିଦ୍ୟାଳୟକୁ ଲୋକାର୍ପିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀ ପ୍ରତାପ କେଶରୀ ଦେବ ବଳଦେବଜୀଉଙ୍କୁ ଦର୍ଶନ ପାଇଁ ମନ୍ଦିର ଆସିଥିବା ବେଳେ ମନ୍ଦିର ସୌନ୍ଦର୍ଯ୍ୟ କରଣ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More