କେନ୍ଦ୍ରାପଡ଼ା ଗଣପର୍ବ ଗଜଲକ୍ଷ୍ମୀ ପୁଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

24

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ର ଗଣପର୍ବ ଗଜଲକ୍ଷ୍ମୀ ପୁଜା ପାଇଁ ଆଜି ଟାଉନହଲ୍ ପରିସରରେ ଜିଲ୍ଲାପ୍ରଶାସନ ଦ୍ୱାରା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଦକର ସମ୍ବିଦ ସମ୍ପଦ ,ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଦୁର୍ଗା ପ୍ରଶାଦ ମହାରଣା, କେନ୍ଦ୍ରାପଡା ର ଏସ୍ ଡି ପି ଓ ଜୟନ୍ତ ମହାପାତ୍ର ଓ କେନ୍ଦ୍ରାପଡା ମୁନସିପାଲର୍ଟି ଅଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଉପସ୍ଥିତି ଥିଲେ ।କେନ୍ଦ୍ରାପଡା ର ସମସ୍ତ ପୁଜାକମିଟିର ର ସଦସ୍ୟ ଙ୍କର ମତାମତ ଶୁଣିଥିଲେ । କରୋନା ମହାମାରୀ ର ୨ ବର୍ଷ ପରେ କେନ୍ଦ୍ରାପଡା ର ଗଣପର୍ବ ଗଜଲକ୍ଷ୍ମୀ ପୁଜା ହେବାକୁ ଥିବା ବେଳେ ପୁଜା ପୁର୍ବରୁ ସହରରେ ମୌଳିକ ସୁବିଧା ଗୁଡିକ ପାଣି ଯୋଗାଣ ,ଡ୍ରେନେଜ ସଫା, ଲାଇଟ୍ ସମସ୍ୟା, ସହିତ ରାସ୍ତାଘାଟ କୁ ସଫାସୁତୁରା ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପୁଜା କମିଟିର କାର୍ଯ୍ୟକର୍ତ୍ତା ମାନେ ଓ୍ବାଡ୍ ରେ ଥିବା ସମସ୍ୟା ଗୁଡିକୁ ଉପସ୍ଥାପନା କରିବା ବେଳେ.ସହରର ରାସ୍ତା କୁ ମରାମତି କରାଯିବା ପାଇଁ ରାସ୍ତା ଓ ଗୃହନିର୍ମାଣ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ନିକଟରେ ସୁରକ୍ଷା କର୍ମୀ ମୁତୟନ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରିଥିବା ସୂଚନା ଦେଇଛନ୍ତି । ଏହାକୁ ତଦାରଖ କରିବା ପାଇଁ ୧୦୦ ରୁ ଉର୍ଦ୍ଧ୍ବ ଦକ୍ଷ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏହା ସହିତ ଟ୍ରାଫିକ ସମସ୍ୟା କୁ କଡାକଡି ଭାବେ ଗୁରୁତ୍ୱ ଦିଆଯିବା ପାଇଁ ଶାନ୍ତିକମିଟି ବୈଠକରେ ଆଲୋଚନ ହୋଇଥିଲା। କେନ୍ଦ୍ରାପଡା ରୁ ବଳରାମ ବେହେରା ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More