କେନ୍ଦ୍ରାପଡ଼ା ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ଐତିହାସିକ ବାଲିଯାତ୍ରା ପାଇଁ ଆଜି ଗୋବରୀ କୁଳ ବାଲିଯାତ୍ରା ପଡିଆ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସଭାପତି ପ୍ରଦୀପ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଗତ ଦୁଇ ବର୍ଷ ଧରି କୋରନା ମହାମାରୀ ଆସିବା କାରଣରୁ ସମସ୍ତ ଜନ ଜୀବନ ବ୍ୟତୀ ବ୍ୟସ୍ତ ହୋଇପଡ଼ିଥିଲା । ଯାହା ଦ୍ୱାରା ସାରା ବିଶ୍ୱରେ ସମସ୍ତ ଯାନୀ ଯାତ୍ରା ବନ୍ଦ ହୋଇଯାଇଥିଲା । ତେଣୁ ଚଳିତ ଥର କୋରନା ନଥିବା କାରଣରୁ ପରିସ୍ଥିତି ସ୍ୱାଭାବିକ ହୋଇଛି ଯାହା ଦ୍ୱାରା ସରକାର ସମସ୍ତ ପ୍ରକାର ଯାନିଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କାଟିଥିବା ବେଳେ., କେନ୍ଦ୍ରାପଡ଼ା ଐତିହାସିକ ବାଲିଯାତ୍ରା ହେବା ପାଇଁ କମିଟି କାର୍ଯ୍ୟକର୍ତା ମାନେ ଅଣ୍ଟା ଭିଡିଛନ୍ତି । କିପରି ଚଳିତ ଥର ସୁଚାର ରୂପେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ ତାହା ପାଇ ଆଜି ସମସ୍ତ କାର୍ଯ୍ୟକର୍ତାମାନଙ୍କ ମତାମତ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ହୋଇଆସୁଥିବା ବାଲିଯାତ୍ରାରେ ଯାହାବି ତ୍ରୁଟି ରହିଥିଲା ସେଗୁଡିକୁ ସମାଧାନ କରାଯାଇ ସ୍ୱତନ୍ତ୍ର ଭାବରେ ଏକ ନୂତନ କମିଟି ଗଠନ କରାଯାଇ ସୁଚାର ରୂପରେ ପରିଚାଳନା କରାଯାଇପାରିବ । ଏହି ବୈଠକରେ ଆଗ ଧାଡ଼ିର କାର୍ଯ୍ୟ କର୍ତା ଭାବେ ଦେବେନ୍ଦ୍ର ନାୟକ, ମୃତ୍ୟୁଜୟ ସାହୁ,ଭବନ ସାହୁ, ଟୁଟୁ ଗେରୁ ଓ ଅନ୍ୟ ପଚାସରୁ ଉର୍ଦ୍ଧ କାର୍ଯ୍ୟକର୍ତା ମାନେ ବୈଠକରେ ଅଂଶଗ୍ରହଣ କରି ନିଜ ନିଜର ମତ ପୋଷଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More