କେନ୍ଦ୍ରାପଡ଼ା ଐତିହାସିକ ଗଜଲକ୍ଷ୍ମୀ ମେଳଣ, ଦୁଲୁକୁଛି ସହର, ୭୦ରୁ ଉର୍ଦ୍ଧ ମେଢ଼ ସାମିଲ ହେବେ ଏହି ପରମ୍ପରାରେ, ଦୁଇଦିନ ଧରି ଚାଲିବ ନାଚ ଗୀତ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ବହୁ ପୁରାତନ ଐତିହ ପରମ୍ପରା ମୁତାବକ ଆଜି କେନ୍ଦ୍ରାପଡ଼ା ଗଣପର୍ବ ମା ଗଜଲକ୍ଷ୍ମୀ ଙ୍କ ଐତିହାସିକ ମେଲଣ ଯାତ୍ରା , ମାଙ୍କ ମେଲଣ ଯାତ୍ରା ଦୁଇ ଦିନ ଧରି ଚାଲିବ. ଦୀର୍ଘ ସାତ ଦିନ ଧରି ମା ଗଜଲକ୍ଷ୍ମୀ ଭକ୍ତଙ୍କୁ ମଣ୍ଡପରେ ଦର୍ଶନ ଦେଇଥିଲେ. କେନ୍ଦ୍ରାପଡ଼ା ଏକ ଭାଇଚାରା ସହର ହୋଇଥିବାରୁ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ଗଣ ପର୍ବରେ ନିଜକୁ ସାମିଲ କରିଥିଲେ. କେନ୍ଦ୍ରାପଡ଼ା ପୌରସଂସ୍ଥା 13 ନମ୍ବର ୱାର୍ଡ କାଉନ୍ସିଲର ସେକ ଅସଲମ ଓ ଅନ୍ୟମାନେ ପୁରୁଣାମୋଟର ଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଗଣପର୍ବ କୁ ପାଳନ କରୁଥିବାର ଦେଖିବାକୁ ମିଳିଥିଲା. ଆଜି ମେଲଣ ଯାତ୍ରା ତେଣୁ ଜିଲ୍ଲାର କୋଣ ଅନୁକୋଣ ରୁ ଲୋକ ମାନଙ୍କ ସୁଅ ଛୁଟୁ ଥିବାର ଦେଖିବାକୁ ମିଳୁବ. ପୌରସଂସ୍ଥା ଅଦକ୍ଷା ଶ୍ରୀମତୀ ସରିତା ସାହୁ ଙ୍କ ପକ୍ଷରୁ ମେଲଣକୁ ସ୍ୱଚ୍ଛ ଶୃଙ୍ଖଳିତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଛି ଯେପରି ସହର ଅପରିଷ୍କାର ହେବ ନାହିଁ.ସହରର ଥିବା ସମସ୍ତ ଆଲୋକ ଗୁଡିକୁ ଆକ୍ଟିଭ କରାଯାଇଛି, ରାସ୍ତା ଘାଟରେ ବ୍ଲିଚିଙ୍ଗ ପକାଯାଇଛି, ଛକ ଛକ ରେ ପିଇବା ପାଣି ବ୍ୟବସ୍ତା କରାଯାଇଛି. ଆଜି କେନ୍ଦ୍ରାପଡ଼ା ଐତିହାସିକ ମେଲଣ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସହରର ପୁରୁଣା ମୋଟରଷ୍ଟାଣ୍ଡ,ଗଙ୍ଗା ଭାଗିରଥି, କେସପୁର ବଜାର , ମୀରପାଟଣା, କାକଟ, ବାସୁଳେଇ, ମହିପାଳ, ବଣିଆମାଳ,ଗୁଲନଗ, କପାଳେଶ୍ବର,ଖଡ଼ିଅଙ୍ଗ, ଆଦି 70ରୁ ଉର୍ଦ୍ଧ ମେଢ଼ ମେଲଣ ପଡିଆକୁ ଆସି ଭୋଗ ଖାଇ ନିଜ ନିଜ ଅଂଚଳକୁ ଫେରିଯାଇ ଥାନ୍ତି. ଯାହା ଏକ ନିଆରା ପରମ୍ପରା କେନ୍ଦ୍ରାପଡ଼ା ଜିଲ୍ଲାର, କାରଣ ସାରା ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଭସାଣି ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାଙ୍କ ମେଲଣ ଅନୁଷ୍ଠିତ ହେଉଅଛି. ତେଣୁ ଏହା ଏକ ବିରଳ ଓ ବହୁ ପୁରୁଣା ପରମ୍ପରା ବୋଲି ବୁଦ୍ଧିଜୀବୀ ମାନେ କହିଥାନ୍ତି. ଚଳିତ ଥର ପୂଜାର ମୁଖ୍ୟ ଆକର୍ଷଣ ଆଲୋକୀକରଣ ଗେଟ ଗୁଡିକ ହୋଇଥିବା ବେଳେ ବିଭିନ୍ନ ମଣ୍ଡପରେ ଚାନ୍ଦିର ମେଢ଼ରେ ପୂଜା ପାଉଛିନ୍ତି. ମେଲଣ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 25 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ 7 ଡ଼ିଏସପି 25 ଆଇ.ଆଇ.ସି 30 ଏସ.ଆଇ 56 ଏ.ଏସ.ଆଇ ଙ୍କୁ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More