କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ରାସ୍ତା । କିନ୍ତୁ ୬ ମାସ ନପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ଠିକାଦାରଙ୍କ ଶଦ୍ଧ କୋଷରେ ଇନ୍ଦୁପୁର – କେନ୍ଦ୍ରାପଡ଼ା ରାସ୍ତା ଏବେ ନେଉଟିଆ କିଆରୀ ପାଲଟିଛି । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଯାନବାହନ ଚଳାଚଳ କରୁଛି । ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୨କିମି ଦୂରରେ ଇନ୍ଦୁପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର । ଏବଂ କେନ୍ଦ୍ରାପଡ଼ା ବ୍ଲକର ଏହା ହେଡ୍ କ୍ୱlଟର । ସହ ସହ ରୋଗୀ ଏହି ରାସ୍ତା ଦେଇ ମେଡିକାଲ୍ ଯାଉଛନ୍ତି। କିନ୍ତୁ ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଇନ୍ଦୁପୁର – କେନ୍ଦ୍ରାପଡା ରାସ୍ତାରେ । ନିକିରାଇ ଗୋଡି ପୋଖରୀ ଠାରୁ ଇନ୍ଦୁପୁର ଗ୍ୟାସ ଅଫିସ୍ ପର୍ଯ୍ୟନ୍ତ ରାସ୍ତା ଏବେ ଖାଲ ଖମାରେ ଭର୍ତ୍ତି । ବର୍ଷା ଅସରାଏ ହେଲେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଉଛି । ପ୍ରଶାସନର ନାକ ତଳେ ଏମିତି ଘଟଣା ଦେଖିବାକୁ ମିଳୁଛି ଯାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମିତିକି ରାସ୍ତାର ମାନ ଅତି ନିମ୍ନମାନର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ବାରମ୍ବାର ପ୍ରଶାସନକୁ ଇନ୍ଦୁପୁର ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ରାସ୍ତାକୁ ଉଚ୍ଚ ମାନର କରିବା ପାଇଁ ସ୍ଥାନୀୟ ସ୍ଥାୟୀ ବାସିନ୍ଦା ଦାବି କରିଛନ୍ତି।କେନ୍ଦ୍ରାପଡ଼ା ରୁ ଭିକାରୀ ଚରଣ ରାଉତ ଙ୍କ ସହ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ !!