କେନ୍ଦ୍ରାପଡ଼ା ଅର୍ବାନ କୋପରେଟିଭ୍ ବ୍ୟାଙ୍କ ନିର୍ବାଚନ, ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କୁ ଚ୍ୟାଲେଞ୍ଜ ଦେବେ ଗୁରୁପ୍ରସାଦ ମହାନ୍ତି

41

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଅର୍ବାନ କୋପରେଟିଭି ବ୍ୟାଙ୍କ୍ ଏକ ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ । ସାରା ଜିଲ୍ଲାରେ ଏକ ଆପେକ୍ସ ଅନୁଷ୍ଠାନ ଅଟେ । ସ୍ୱର୍ଗତ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ନେତୃତ୍ବରେ ଦୀର୍ଘ ୩୫ ବର୍ଷ ପୂର୍ବେ ଗଢିଉଠିଥିଲା ଏହି ଅନୁଷ୍ଠାନ । ଆଜି ଏହି ବ୍ୟାଙ୍କ୍ ଏକ ଦ୍ରୁମ ଅନୁଷ୍ଠାନ ଭାବେ ସାରା ରାଜ୍ୟରେ ପରିଚିତ । ବର୍ତ୍ତମାନ କେନ୍ଦ୍ରାପଡ଼ା urban cooperative bankର ମ୍ୟାନେଜମେଣ୍ଟ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଲୋକ ନିଜ ଆକ୍ତିଆରରେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ କିଛି ବୁଦ୍ଧିଜୀବୀ, ବ୍ୟାଙ୍କ ସେୟାର ହୋଲ୍ଡର ଓ ବିଭିନ୍ନ ରାଜନୈିକ ଦଳର ଲୋକମାନେ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଜ୍ୟେଷ୍ଠ ପୂତ୍ର ଗୁରୁପ୍ରସାଦ ମହାନ୍ତିଙ୍କୁ ଏହି ନିର୍ବାଚନ ରଣାଙ୍ଗନରେ ଅବତୀ୍ଣ୍ଣ କରାଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଓ ମେଳାପି ବ୍ୟକ୍ତି ଅଟନ୍ତି । ଶ୍ରୀ ମହାନ୍ତି ଓ ତାଙ୍କ ଟିମ୍ ରଣାଙ୍ଗନରେ ଜିତିଲେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ଉତ୍ତରତ୍ତୋର୍ ଉନ୍ନତି ହେବବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More