କେନ୍ଦ୍ରାପଡ଼ାର ଐତିହାସିକ ବାଲିଯାତ୍ରା ମନ୍ତ୍ରୀ ପ୍ରତାପ ଦେବଙ୍କ ଦ୍ୱାରା ଉଦ୍ଘାଟିତ

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି ପବିତ୍ର କାର୍ତ୍ତିକ ପୁର୍ଣିମା ଓ ଇତିହାସରେ ବର୍ଣ୍ଣିତ ସାଧବ ସାଧବାଣି ବାଣିଜ୍ୟର ପର୍ବ ବାଲିଯାତ୍ରା । ଚିରା ଚରିତ ଢଙ୍ଗରେ କେନ୍ଦ୍ରାପଡ଼ା ଗୁଲନଗର ଓ କଳପଡା ଠାରେ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ପ୍ରତାପ ଦେବ, କେନ୍ଦ୍ରାପଡ଼ା ବିଧ୍ୟାୟକ ଶଶୀଭୁଷଣ ବେହେରା, ବ୍ଲକ ଚେୟାରମ୍ୟାନ ରଶ୍ମିତା ସେଠି,ସାହିତିକ ବାସୁଦେବ ଦାସ, ସଭାପତି ପ୍ରଦୀପ ଦାସ, ସମ୍ପାଦକ ସଞ୍ଜୟ ଜେନା, ଡ଼ିଆର ଡିଏ ଅଧକ୍ଷା ଗୀତାଞ୍ଜଳି ସେଠି, ପ୍ରମୁଖ ଉପସ୍ଥିତ ଥିଲେ. ଓଡିଶା ଇତିହାସରେ ଅଢେଇ ହଜାର ବର୍ଷର ପୁରୁଣା ପରମ୍ପରା ବୋଇତ ବନ୍ଦାଣ, ସାଧବ ମାନେ ବାଣିଜ୍ୟ କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ସାଧବାଣୀ ମାନେ ବୋଇତକୁ ବନ୍ଦାପନା କରିଥାନ୍ତି ଯେପରି ସାଧବ ମାନେ ସଫଳ ବାଣିଜ୍ୟ କରି ଫେରନ୍ତୁ । ସେହିଭଳି ଆଜିବି ମଧ୍ୟ ପୁରାତନ ବୋଇତ ବନ୍ଦାଣ ପରମ୍ପରାକୁ ସମଗ୍ର ଓଡିଶା ଅତି ଧୁମ ଧାମରେ ପାଳନ କରୁଛି । ଏହି ଐତିହାସିକ ବାଲିଯାତ୍ରା ରାଜ୍ୟର କଟକ, ପାରାଦ୍ୱୀପ ଆଦି ବିଭିନ୍ନ ସ୍ଥାନ ମାନଙ୍କରେ ହେଉଥିବା ବେଳେ କେନ୍ଦ୍ରାପଡ଼ା ବାଲିଯାତ୍ରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି । କେନ୍ଦ୍ରାପଡ଼ା ବାଲିଯାତ୍ରା ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଶହେରୁ ଉର୍ଦ୍ଧ ଷ୍ଟଲ ରେ ଦୋକାନ ଗୁଡିକ ପଡିଛି । ଯାତ୍ରାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ କମିଟି ପକ୍ଷରୁ ମିନା ବଜାର,ମଅତକାକୁଆଁ ଭଳି ଆକର୍ଷଣୀୟ ଖେଳ ରଖାଯାଇଛି. ବିଭିନ୍ନ ନିତ୍ୟ ଆବଶ୍ୟକ ଦୋକାନ ଗୁଡିକ ଥିବା ବେକେ ପ୍ରତ୍ୟକ ଦିନ ସାଂସ୍କୃତିକ, ଆଧୁନିକ, ପୌରାଣିକ, ଓ ଲୋକ କଳା ଗୁଡିକ ପରିବେଷଣ କରାଯିବାର ବ୍ୟବସ୍ତା କରାଯାଇଛି .ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି , ମୃତ୍ୟଞ୍ଜୟ ସାହୁ, ଟୁଟୁ ଗେରୁ, ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More