କେନ୍ଦ୍ରାପଡ଼ାରେ ପବିତ୍ର ଇଦୁଲ ଫିତର ଶାନ୍ତିଶୃଙ୍ଖଳାରେ ପାଳିତ

10

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ) : – ପବିତ୍ର ଇଦୁଲ ଫିତର ପର୍ବ କୁ କେନ୍ଦ୍ରାପଡ଼ା ସହରର ମୁସଲିମ୍ ଧର୍ମାଲମ୍ବୀ ଲୋକେ ଅତି ଶାନ୍ତି ଶୃଙ୍ଖଳା ସହ ମହା ଆଡମ୍ବରରେ ପାଳନ କରିଛନ୍ତି I ଏହି ପବିତ୍ର ଦିନରେ ବିଜୁ ଜନତା ଦଳର କେନ୍ଦ୍ରାପଡ଼ା ଲୋକସଭା ପାର୍ଥି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି, ଶ୍ରୀ ଗଣେଶ୍ୱର ବେହେରା, ଗୀତାଞ୍ଜଳି ସେଠୀ,ରବି ସାମଲ ରଂଜିତ କୁମାର ସାହୁ (ଧନୀଭାଇ )ପ୍ରମୁଖ ଫକିରାବାଦ ମସଜିଦ, ଜୟପୁରା ମସଜିଦ ଓ ଇଦଘା ପଡିଆରେ ପହଂଚି ମୁସଲମାନ ଭାଇ ମାନଙ୍କୁ ଭେଟି ପବିତ୍ର ଇଦଉଲ ଫିତର ପର୍ବର ସୂବେଚ୍ଛା ଜଣାଇଥିଲେ I ମୁସଲମାନ ଧର୍ମାଲମ୍ବୀ ଲୋକେ ପବିତ୍ର ରମଜାନ ମାସରେ 30 ଦିନ ଧରି ରୋଜା ରଖି ପାଞ୍ଚ ଟାଇମ ନେମାଜ ପାଠ କରିଥାନ୍ତି I ନିଜ ରୋଜଗାର ର ଅଢେଇ ପ୍ରତିଶତ ରୋଜଗାର ଗରିବ ଗୁରୁବା ଲୋକ ମାନଙ୍କୁ ଦାନ କରିଥାନ୍ତି I 30 ଟି ଓଷା ସରିବା ପରେ ଚାନ୍ଦ ଦେଖି ଇଦ ପର୍ବକୁ ନୂଆ ଲୁଗା ପିନ୍ଧି ନୂଆ ଖାଇ ନମାଜ ପାଠ କରି ଅତି ଶାନ୍ତିଶୃଙ୍ଖଳାରେ ପାଳନ କରିଥିଲେI କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More